ନିଜ ଶରୀରରେ ବୋମା ବାନ୍ଧି ପ୍ରେମିକାକୁ ଆଲିଙ୍ଗନ କଲା ପ୍ରେମିକ : ଆତ୍ମଘାତୀ ବିସ୍ଫୋରଣରେ ଉଭୟଙ୍କ ମୃତ୍ୟୁ

Published By : Prameya-News7 Bureau | April 29, 2019 IST

ୱାୟନାଡ଼ ୨୯/୪ : କେରଳ ୱାୟନାଡ଼ରୁ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି | ଜଣେ ଯୁବକ ନିଜ ଶରୀରରେ ବୋମା ବାନ୍ଧି ନିଜ ପ୍ରେମିକାକୁ ଆଲିଙ୍ଗନ କରି ବିସ୍ଫୋରଣ କରିଛି | ବିସ୍ଫୋରଣରେ ଉଭୟଙ୍କ ମୃତ୍ୟୁ ହୋଇଛି | ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି | ପୋଲିସ ମାମଲାର ଯାଞ୍ଚ କରୁଛି |


ଶୁକ୍ରବାର ଦିନ ଦ୍ବିପ୍ରହରରେ ୱାୟନାଡ଼ ନୟକଟ୍ଟୀ ଏକ ବିସ୍ଫୋରଣ ଶବ୍ଦ ହୋଇଥିଲା | ଏହି ଶବ୍ଦରେ ସ୍ଥାନୀୟ ଲୋକେ ଚମକି ଯାଇଥିଲେ | ଲୋକେ ନିଜ ଘରୁ ବାହାରି ଆସି ଦେଖିଥିଲେ ଘଟଣା କଣ | ବିସ୍ଫୋରଣ ହୋଇଥିବା ସ୍ଥାନରେ ଲୋକେ ଆସି ଦେଖିଲାବେଳକୁ ୪୫ ବର୍ଷ ବୟସ୍କ ବେନି ଏବଂ ୩୮ ବର୍ଷ ବୟସ୍କା ତାଙ୍କ ପ୍ରେମିକା ଅମଲାଙ୍କ କ୍ଷତବିକ୍ଷତ ମୃତଦେହ ପଡିଛି | ବେନିଙ୍କ ଘର ମୂଳଂକାବ୍ୟୁରେ ଏବଂ ଅମଲାଙ୍କ ଘର ନୟକଟ୍ଟୀରେ | ଅମଲା ବିବାହିତା ଥିଲେ | ତାଙ୍କ ସ୍ୱାମୀଙ୍କ ନା ଇଲବନା ନସର | ନସର ଘରେ ନଥିବା ସମୟରେ ଦିନ ସାଢେ ଗୋଟାଏ ବେଳେ ଏହି ବିସ୍ଫୋରଣ ହୋଇଥିଲା | ନସର ସେତେବେଳେ ନମାଜ ପଢିବା ପାଇଁ ବାହାରକୁ ଯାଇଥିଲେ |


ପୋଲିସ ସୂତ୍ର ଅନୁଯାୟୀ, ଉଭୟଙ୍କ ମଧ୍ୟରେ ବୈଧ ସମ୍ପର୍କ ଥିଲା | ଅମଲାଙ୍କର ୩ ଝିଅ | ସାନ ଝିଅ, ୩ ବର୍ଷର ବିସ୍ଫୋରଣ ବେଳେ ତାଙ୍କ ପାଖରେ ଥିଲା | କିନ୍ତୁ ସୌଭାଗ୍ୟବଶତ ସେ ସୁରକ୍ଷିତ ଅଛି | ତାର କୌଣସି କ୍ଷତି ହୋଇନାହିଁ | ଅମଲାଙ୍କ ବଡ ଝିଅ ଏବଂ ମଝିଆ ଝିଅ ୱାୟନାଡ଼ ଯାଇଥିଲେ | ନସର ଏବଂ ଅମଲା ନୟକଟ୍ଟୀରେ ଏକ ଅକ୍ଷୟ ସେଣ୍ଟର ଚଳାଉଥିଲେ | ବେନିଙ୍କର ନୟକଟ୍ଟୀରେ ଏକ ଫର୍ନିଚର ଦୋକାନ ଥିଲା | ବେନିଙ୍କ ଘର ଅମଲାଙ୍କ ଘର ଠାରୁ ୪ କି:ମି ଦୂରରେ ଥିଲା | ବେନି ମଧ୍ୟ ବିବାହିତ ଥିଲା | ଉଭୟ ପରିବାର ପରସ୍ପରକୁ ପାଖାପାଖି ୮ବର୍ଷ ହେଲା ଜାଣିଥିଲେ | ତେବେ ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ସ୍ପଷ୍ଟ ସୂଚନା ଦେଇପାରିନାହିଁ | ପୋଲିସ ଏକ ମାମଲା ରୁଜ୍ଜୁ ତଦନ୍ତ ଜାରି ରଖିଛି |


ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, ପୁରା ଘଟକୁ ପୋଲିସ ସିଲ କରିଦେଇଛି | ଫରେନସିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ଯାଞ୍ଚ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.