Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବନ୍ଦ ରେସ୍ତୋରାଁରେ ପଶି ୪ଦିନ ରହିଲେ, ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ଓ ପିଇଗଲେ ବୋତଲ ବୋତଲ ମଦ

19/04/2020 at 3:00 PM

ଓ୍ବାଶିଂଟନ୍ ୧୯।୪: କରୋନା ଭାଇରସ୍ କାରଣ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି । ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସମୟରେ ଜଣେ ବ୍ୟକ୍ତି ବନ୍ଦ ରେସ୍ତୋରାଁରେ ପଶି ସେଠାରେ ୪ ଦିନ ପର୍ଯ୍ୟନ୍ତ ରହି ଖାଇ ପିଇ ଶୋଇଥିଲେ । ଏହି ବ୍ୟକ୍ତି ଜଣଙ୍କ ଏହି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇଥିବା ଏବଂ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି ।

ଆମେରିକାର କନେକ୍ଟିକଟ୍ ରାଜ୍ୟର ନ୍ୟୁ ହେଭେନ ସହରରେ ଘଟିଛି ଏଭଳି ଘଟଣା । ୪୨ ବର୍ଷ ବୟସ୍କ ବ୍ୟକ୍ତି ଲୁଇସ୍ ଅର୍ଟିଜ୍ ଙ୍କ ନାମରେ ଅନେକ ଅପରାଧିକ ମାମଲା ରୁଜୁ କରି ପୋଲିସ ତାଙ୍କୁ ଜେଲ୍ ପଠାଇଦେଇଛି ।

ଅର୍ଟିଜ୍ ସୋଲ୍ ଡି କ୍ୟୁବା ନାମକ ଏକ ରେସ୍ତୋରାଁରେ ପଶିଥିଲେ । ରେସ୍ତୋରାଁଟି କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ହେତୁ ବନ୍ଦ ହୋଇଯାଇଥିଲା । ମଙ୍ଗଳବାର ଦିନ ମ୍ୟାନେଜର ରେସ୍ତୋରାଁରେ ଜଣେ ଅପରିଚିତ ବ୍ୟକ୍ତି ପଶିଥିବା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ କହିଛି ଯେ ଅର୍ଟିଜ ନିକଟରୁ ଏକ ବୋତଲ ରମ୍ ମଧ୍ୟ ଉଦ୍ଧାର କରାଯାଇଛି । ରେସ୍ତୋରାଁ ମ୍ୟାନେଜମେଣ୍ଟ କହିଛି ଯେ ଅର୍ଟିଜ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇଥିଲେ ଏବଂ ମଦ୍ୟପାନ ମଧ୍ୟ କରିଥିଲେ ।

ରେସ୍ତୋରାଁ ଅଧିକାରୀଙ୍କ କହିବା ଅନୁସାରେ, ର୍ଟିଜ ୭୦ ବୋତଲ ମଦ୍ୟପାନ କରିଛନ୍ତି କିମ୍ବା ଏହାକୁ ଚୋରୀ କରି ନେଇଯାଇଥିଲେ । ଏହାସହ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣଙ୍କ ଅପ୍ରେଲ ୧୧ତାରିଖରେ ଏକ ଝରକା ଦେଇ ବନ୍ଦ ରେସ୍ତୋରାଁ ଭିତରେ ପଶିଥିଲେ । ରେସ୍ତୋରାଁରୁ ଯିବାବେଳେ ସେ ସାଙ୍ଗରେ ଖାଇବା ପିଇବା ଜିନିଷ ମଧ୍ୟ ନେଇଥିଲେ ।

   Related Posts