୧ ଘଣ୍ଟା ଧାଡିରେ ଛିଡା ହେବା ପାଇଁ ବ୍ୟକ୍ତି ଜଣଙ୍କ ନିଅନ୍ତି ଏତିକି ଟଙ୍କା, ଦିନକର ରୋଜଗାର ବିଷୟରେ ଜାଣିଲେ ଉଡିଯିବ ହୋସ୍

Published By : Prameya-News7 Bureau | January 16, 2022 IST

ଣ୍ଡନ ୧୬ ।୦୧ : ସାଧାରଣତଃ କୌଣସି ସ୍ଥାନକୁ ଗଲେ ଲାଇନ ବା ଧାଡିରେ ଛିଡା ହେବାକୁ ପଡିଥାଏ । ହେଲେ ଆପଣ କେବେ ଭାବିଛନ୍ତି କି ଅନ୍ୟମାନଙ୍କ ପାଇଁ ଧାଡିରେ ଛିଡା ହେବା ପାଇଁ ଆପଣ ଟଙ୍କା ପାଇପାରିବେ? ପ୍ରାୟତ କୌଣସି କାରଣରୁ କିମ୍ବା ଅନ୍ୟ କାରଣରୁ, ଆମକୁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହେବାକୁ ପଡେ । ଏପରି ପରିସ୍ଥିତିରେ, ଆମେ ଧାଡିରେ ଚିଡା ହୋଇ ହାଲିଆ ହୋଇପଡୁ ଏବଂ ଚିନ୍ତା ଆମ ମନକୁ ଆସେ ଯେ କେବଳ ଆମ ପାଇଁ ଏହି ଲାଇନରେ ଛିଡା ହୋଇ ଯାଆନ୍ତା କି , ବର୍ତ୍ତମାନ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲଣ୍ଡନର ଏକ ସହରରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଧାଡ଼ି ଛିଡା ହୁଅନ୍ତି, କିନ୍ତୁ ସେ ଏହି କାମଟି ମାଗଣାରେ କରନ୍ତି ନାହିଁ । ବରଂ ସେ ସେଥିପାଇଁ ଟଙ୍କା ନେଇଥାନ୍ତି ।

ସୂଚନା ଅନୁଯାୟୀ ସେ ବ୍ୟକ୍ତି ଜଣଙ୍କ ଏକ ଘଣ୍ଟାରେ ଧାଡି ବାନ୍ଧିବା ପାଇଁ ସେ ୨୦ ପାଉଣ୍ଡ (ଅର୍ଥାତ୍ ପ୍ରାୟ ୨ ହଜାର ଟଙ୍କା) ଚାର୍ଜ କରନ୍ତି ।, ୩୧ ବର୍ଷିୟ ଫ୍ରେଡି ବେକିଟ୍, କହିଛନ୍ତି ଯେ ସେ ଗୋଟିଏ ଦିନରେ ୧୬୦ ପାଉଣ୍ଡ ଅର୍ଥାତ୍‌ (୧୬ ହଜାର ଟଙ୍କାରୁ ଅଧିକ) ରୋଜଗାର କରିଥାନ୍ତି। ତେବେ ବର୍ତ୍ତମାନ ଆପଣ ଅନୁମାନ କରିପାରିବେ କି ବ୍ୟକ୍ତିଙ୍କ ରୋଜଗାରରୁ ଯଦି ଗୋଟିଏ ଦିନରେ ୧୬ ହଜାର କରିପାରୁଛନ୍ତି ତେବେ ଗୋଟିଏ ମାସରେ କେତେ ରୋଜଗାର କରୁଥିବେ । ଫ୍ରେଡିଙ୍କ ଦରମା ଜଣେ ସାଧାରଣ ଲୋକର ଦରମାଠାରୁ ଅଧିକ ଅଟେ

ଏହାକୁ ନେଇ ଫ୍ରେଡି କହିଛନ୍ତି ଯେ ଥରେ ଜଣେ ବୃଦ୍ଧ ତାଙ୍କୁ ଭି ଆଣ୍ଡ ଏ ମ୍ୟୁଜିୟମ ପାଇଁ ଟିକେଟ କିଣିବା ପାଇଁ ତାଙ୍କୁ ଧାଡିରେ ଛିଡା କରାଇତିଲେ ହେଲେ ପରେ ସେ ଟିକେଟ୍‌ ନେଇ ନଥିଲେ ପ୍ରତିବଦଳରେ ପ୍ରଚୁର ପରିମାଣର ଟଙ୍କା ଦେଇଥିଲେ । ଦୁନିଆର ସମସ୍ତେ ଶୀଘ୍ର ସହଜ ଉପାୟରେ ଟଙ୍କା ରୋଜଗାରର ଉପାୟ ଖୋଜନ୍ତି । ବର୍ତ୍ତମାନ ଲଣ୍ଡନର ଫ୍ରେଡି ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଅନ୍ୟତମ । ଫ୍ରେଡି ଗତ ୩ ବର୍ଷ ଧରି ଧାଡିରେ ଠିଆ ହେବାର କାର୍ଯ୍ୟ କରିଆସୁଛନ୍ତି ଏବଂ ବହୁତ ଟଙ୍କା ମଧ୍ୟ ରୋଜଗାର ମଧ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.