ଶାଳୀ ଘରେ ସ୍ତ୍ରୀକୁ ଛୁରି ଭୁସି ମାରିଲା ସ୍ବାମୀ: ବୟଫ୍ରେଣ୍ଡ ସହ ପତ୍ନୀର ଅଶ୍ଳୀଳ ଭିଡିଓ ଦେଖି ହେଲା ରକ୍ତମୁଖା, ଥାନାରେ ଆତ୍ମସମର୍ପଣ

Published By : Prameya-News7 Bureau | November 07, 2020 IST

ଥାନେ ୭/୧୧: ସ୍ତ୍ରୀ ଭାଙ୍ଗିଦେଲା ସ୍ବାମୀର ବିଶ୍ବାସ । ଲକ୍‌ଡାଉନ୍‌ରେ ସ୍ବାମୀ ରୋଜଗାର ହରାଇବା ପରେ ସ୍ତ୍ରୀ ନିଜ ପିଲାଙ୍କୁ ଧରି ନିଜ ଭଉଣୀ ଘରକୁ ଚାଲିଗଲା। ସ୍ବାମୀ ଭାବିଥିଲା ନିଜ ପିଲାଙ୍କ ଭଲ ଚିନ୍ତା କରି ତା ସ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛି। କିନ୍ତୁ ନିଜ ଭଉଣୀ ଘରକୁ ଯାଇ ସ୍ତ୍ରୀ ଯେ ଏଭଳି କାଣ୍ଡ କରିବେ ତାହା କେବେ ବି ଭାବି ନଥିଲା ସ୍ବାମୀ। ସୋସିଆଲ ମିଡିଆରେ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ନିଜ କ୍ରୋଧ ସମ୍ଭାଳି ପାରିନଥିଲା ସ୍ବାମୀ। ସ୍ତ୍ରୀକୁ ଛୁରି ଭୁସି ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଭିଓ୍ବାଣ୍ଡି ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ୫୦ ବର୍ଷୀୟ ରାଫିକ୍‌ ମହମ୍ମଦ ୟୁନୁସ୍‌, ସ୍ତ୍ରୀ ନାସରୀନ ଓ ତିନି ପିଲା ଭିଓ୍ବାଣ୍ଡିର ଅନସାର ନଗରରେ ରହୁଥିଲା। ତେବେ କରୋନା ମହାମାରୀ ପାଇଁ ଦେଶରେ ଲକ୍‌ ଡାଉନ୍‌ ଲାଗୁ ହୋଇଥିଲା। ଏହି ସମୟରେ ବହୁ ଲୋକ ନିଜର ରୋଜଗାର ହରାଇଥିଲେ। ରୋଜଗାର ହରାଇବା ଯୋଗୁ ପରିବାର ଚଳାଇବା ଏକ ପ୍ରକାର ମୁସକିଲ ଥିଲା। ତେବେ ସ୍ବାମୀଙ୍କ ରୋଜଗାର ଚାଲିଯିବା ପରେ ସ୍ତ୍ରୀ ନାସରୀନ  ନିଜ ତିନି ସନ୍ତାନଙ୍କୁ ଧରି ନାଗାଁ ଅଞ୍ଚଳରେ ଥିବା ତାଙ୍କ ଭଉଣୀଙ୍କ ଘରକୁ ଚାଲିଯାଇଥିଲେ।

ପରେ ନିଜ ପ୍ରେମିକ ସଦ୍ଦାମଙ୍କ ସହ ନାସରୀନଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦେଖି ୟୁନୁସ ରାଗିଯାଇଥିଲା। ୟୁନୁସ୍‌ ତା ସ୍ତ୍ରୀକୁ ଭେଟିବାକୁ ନାଗାଁ ଯାଇଥିଲା। ସେଠାରେ ନାସରୀନଙ୍କୁ ଏକ ଛୁରୀରେ ଭୁସି ହତ୍ୟା କରିଥିଲା ମହମ୍ମଦ ୟୁନୁସ୍‌।

ସ୍ତ୍ରୀକୁ ହତ୍ୟା କରିବା ପରେ ୟୁନୁସ୍‌ ଶାନ୍ତି ନଗର ଥାନାରେ ଆତ୍ମସମର୍ପଣ କରିଥିଲା ୟୁନୁସ୍‌। ତେବେ ସ୍ତ୍ରୀଙ୍କ ଏଭଳି ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବା ପରେ ସେ ରାଗିଯାଇ ତାଙ୍କୁ ହତ୍ୟା କରିଥିବା ପୋଲିସକୁ କହିଥିଲା ଅଭିଯୁକ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.