Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ତିନି ଛୁଆଙ୍କୁ ହତ୍ୟା ଉଦ୍ୟମ କଲା ବାପା, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

2/10/2019 at 10:21 AM

ରାୟପୁର ୨।୧୦: ଛତିଶଗଡ ରାୟପୁରରେ ଅଭାବନୀୟ ଘଟଣା ଘଟିଛି । ତିନି ସନ୍ତାନଙ୍କୁ ହତ୍ୟା ଉଦ୍ୟମ କରିଛି ବାପା । ନିଜର ୬ରୁ ୧୦ ବର୍ଷ ବୟସ ମଧ୍ୟରେ ତିନି ସନ୍ତାନଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଛି ବାପା । ଗୁରୁତର ଛୁଆଙ୍କ ମଧ୍ୟରେ ଦୁଇଟି ପୁଅ ଏବଂ ଗୋଟିଏ ଝିଅ ରହିଥିବା ଜଣାପଡିଛି । ଗୁରୁତର ଛୁଆମାନଙ୍କର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ କରାଯାଉଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଘଟଣା ପଛରେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ସହରର ରାଜେନ୍ଦ୍ରନଗର ଥାନା ଅଞ୍ଚଳ ଅମଲିଡିହ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୋମବାର ସନ୍ଧ୍ୟା ବେଳେ ଘନଶ୍ୟାମ କୋସରିଆ ନିଜର ୩ ଛୁଆଙ୍କୁ ହତ୍ୟା ଉଦ୍ୟମ କରିଛି । ଅଭିଯୁକ୍ତ ବାପା ଛୁରୀ ଏବଂ ରଡ୍ ସାହାଯ୍ୟରେ ଶିଶୁମାନଙ୍କ ଉପରେ ଆକ୍ରମଣ କରିଛି । ଆକ୍ରମଣ ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଭିଯୁକ୍ତ କୌଣସି କାରଣରୁ ସ୍ତ୍ରୀ ସହ ଝଗଡା କରିବା ପରେ ଏଭଳି କାଣ୍ଡ ଘଟଣାଇଥିବା ଜଣାପଡିଛି ।

ଘନଶ୍ୟାମ ତା ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟ ପ୍ରାୟ ସମୟରେ ଝଗଡା ହେଉଥିଲା । ସୋମବାର ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ଘନଶ୍ୟାମ ତିନି ଛୁଆଙ୍କ ଉପରେ ଆକ୍ରମଣ କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ଛୁଆଙ୍କୁ ହସ୍ପିଟାଲ ପଠାଇଥିଲା । ଅଭିଯୁକ୍ତ ଘନଶ୍ୟାମଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏହାସହ ବ୍ୟବହୃତ ହୋଇଥିବା ଛୁରୀ ଏବଂ ରଡ୍ କୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

   Related Posts