ଗେମ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲା ୭ ବର୍ଷର ପୁଅ, ଶେଷରେ କାର ବିକିଲେ ବାପା

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଳୀ ୧/୭: ଛୋଟ ପିଲା ବିନା ସ୍ମାର୍ଟଫୋନ୍‌ରେ ଖାଇବାକୁ ବି ରାଜି ହେଉନାହାନ୍ତି । ସ୍ମାର୍ଟଫୋନ୍‌ ପାଇଁ ପାଗଳ ହେଉଥିବା ପିଲା ଗେମ୍‌ ଖେଳିବାକୁ ଖୁବ ଭଲପାଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ବାପା-ମା ହଇରାଣରେ ପଡ଼ୁଛନ୍ତି। ସେମିତି ଜଣେ ଡାକ୍ତରଙ୍କ ୭ ବର୍ଷର ପୁଅ ଗେମ୍‌ ଖେଳି ପରିବାରକୁ ଅସୁବିଧାରେ ପକାଇଛି। ଅନଲାଇନ୍‌ରେ ଗେମ୍‌ କ୍ରୟ କରିବା ବାବଦକୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ପୁଅ । ଏତେ ଟଙ୍କା ସୁଝିବା ପାଇଁ ପରିବାର ନିଜର କାର ବିକ୍ରି କରିଛି ।

ଘଟଣାଟି ବ୍ରିଟେନର ନର୍ଥଓ୍ବେଲ୍ସରେ ଘଟିଛି। ୭ ବର୍ଷୀୟ ଆସଜ୍‌ ଆଇଫୋନ୍‌ରେ ଘଣ୍ଟାଏ ପାଇଁ ଡ୍ରାଗନ୍ସ: ରାଇଜ୍‌ ଅଫ୍ ବାର୍କ ଖେଳିଥିଲେ। ଗେମ୍‌ ଖେଳୁ ଖେଳୁ ସେ ଏତେ ବିଭୋର ହୋଇଯାଇଥିଲେ ଯେ ଗେମ୍‌ ଜିତିବା ପାଇଁ ଦିଆଯାଇଥିବା ଆପ୍‌କୁ କ୍ରୟ କରିପକାଇଥିଲେ। ଯାହାର ଦାମ୍‌ ଥିଲା ୧୮୦୦ ଡଲାର (ପାଖାପାଖି ଦେଢ଼ ଲକ୍ଷ ଟଙ୍କା) । ତେବେ ଏନେଇ ମେଲ୍‌ ଆସିବା ପରେ ଆସଜ୍‌ଙ୍କ ବାପା ଜାଣିବାକୁ ପାଇଥିଲେ। ୪୧ ବର୍ଷୀୟ ଡାକ୍ତର ମହମ୍ମଦ ମୁତାଜା ଏମିତି ରିସିପ୍ଟ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଗେମ୍‌ ପାଇଁ ଏତେ ଗୁଡ଼ାଏ ଟଙ୍କା ଜଣେ ଛୋଟ ପିଲା କେମିତି ଖର୍ଚ୍ଚ ପାରିଲା। ଏହା ସହ କମ୍ପାନୀ ପକ୍ଷରୁ ଛୋଟ ପିଲାଙ୍କୁ ମୋଟାଅଙ୍କର ଲେଣଦେଣ ପାଇଁ ଅନୁମତି ଦେଲା କିପରି ବୋଲି ଡେଲି ମେଲ୍‌କୁ କହିଛନ୍ତି ମୁତାଜା । ପ୍ରଥମେ ସେ କୌଣସି ଠକାମୀରେ ଶିକାର ହୋଇଛନ୍ତି ଭାବିଥିଲେ। କିନ୍ତୁ ପରେ ମେଲ୍‌ ଭଲ ଭାବେ ଯାଞ୍ଚ କରିବା ପରେ ସମସ୍ତ ବିବରଣୀ ପାଇଥିଲେ।

ଏନେଇ ସେ ଆପଲ୍‌ କମ୍ପାନୀରେ ଅଭିଯୋଗ ମଧ୍ୟ କରିଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ୨୧୦୦୦ ଟଙ୍କା ଫେରସ୍ତ ମିଲିଥି​‌ଲେ ବି ଆହୁରି ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ନେଇ ଚିନ୍ତାରେ ପଡ଼ିଯାଇଥି​‌ଲେ ମୁତାଜା । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ନିଜ ପାଖରେ ଥିବା ଟୋୟୋଟା ଆଇଗୋ କାରକୁ ବିକ୍ରି କରି ଟଙ୍କା ପରିଶୋଧ କରିଥିବା ମହମ୍ମଦ ମୁତାଜା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.