ସାପ ବି ଜାଣିଛି ଆମିଷ ବାର, ଏକ ନିଆରା ଦୃଶ୍ୟ-ନିଆରା ସଂପର୍କ

Published By : Prameya-News7 Bureau | August 04, 2020 IST

ବାଙ୍କୀ ୪।୮: ସାପ ବି ଜାଣିଛି ଆମିଷ ବାର । କେଉଁ ବାରରେ ଆମିଷ ଖିଆଯାଏ କେଉଁବାରରେ ଖିଆଯାଏନି ତାହା ସାପକୁ ମଧ୍ୟ ଜଣା ଅଛି । ଗତ କିଛି ଦିନ ହେବ କଟକ ଜିଲ୍ଲାର ବାଙ୍କୀ ସବ୍ ଡିଭିଜନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ମାଛ ବ୍ୟବସାୟୀଙ୍କ ସହ କିଛି ଧଣ୍ଡ ସାପମାନଙ୍କର ରହିଛି ସମ୍ପର୍କ ।

ସୂଚନାଯୋଗ୍ୟ ଯେ, ମାଛ ବ୍ୟବସାୟୀ ଦୁର୍ଯ୍ୟୋଧନ ପ୍ରଧାନ ପେଶାରେ ଜଣେ ଟେଲର । ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ । କିନ୍ତୁ କରୋନା ମହାମାରୀ ଆସିବା ଦିନଠାରୁ ତାଙ୍କ ପୂର୍ବରୁ ଟେଲରିଂ କାମ ଠପ୍ ହୋଇଯିବାରୁ ସେ ଏକ ବିକଳ୍ପ ପନ୍ଥା ଅପଣାଇଥିଲେ । ସେହି ବଜାରରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କରିଥିଲେ । ମାଛ କାଟିଲା ପରେ ମାଛର ପୁଟା ଓ ଗାଲିସିକୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । କିନ୍ତୁ ତାଙ୍କ ଅଜଣାତରେ ସେଗୁଡିକୁ ବିଲେଇ ଖାଇବା ବଦଳରେ ଧଣ୍ଡ ସାପ ଖାଇଯାଆନ୍ତି ।

{"id":309695,"sizeSlug":"large"}

ତେବେ ସେଠିକାର ସ୍ଥାନୀୟ ବ୍ୟକ୍ତି ଆଧ୍ୟାପକ ବିରବର ହରିଚନ୍ଦନ ସେଠାକୁ ସବୁବେଳେ ମାଛ କିଣିବାକୁ ଯାଆନ୍ତି । ସିଏ ହିଁ ଏହି ବିରଳ ଘଟଣାକୁ ପ୍ରଥମେ ଜାଣିବାକୁ ପାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲା ପରେ ସେ ଜାଣିବାକୁ ପାଇଲେ ଗୋଟେ ଧଣ୍ଡ ସାପ ନୁହେଁ ୪ ରୁ ୫ ଟି ଧଣ୍ଡ ସାପ ସେଠାକୁ ଆସୁଛନ୍ତି ।

ଏ ସମ୍ପର୍କରେ ସେ ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଜାଣିବାରୁ ସେ ଗତ ଶୁକ୍ରବାର ଦିନ ସକାଳେ ସେଠାରେ ପହଞ୍ଚି ଏକ ଘଣ୍ଟା ଧରି ଅନୁଧ୍ୟାନ କରି ଜାଣିଲେ ଯେ ଏଠାରେ ୫ଟିରୁ ଉର୍ଦ୍ଧ୍ବ ଧଣ୍ଡ ସାପ ଓ ଢାମଣା ସାପ ରହିଛନ୍ତି । ସାପକୁ ଏଠି ସାଧରଣ ଲୋକ ଡରୁନାହଁନ୍ତି ବରଂ ସାପ ଆମ ପାଇଁ ଉପକାରୀ ବୋଲି ସ୍ଥାନୀୟ ଲୋକ କହୁଛନ୍ତି ।

{"id":309696,"sizeSlug":"large"}

ତେବେ ଏ ସମ୍ପର୍କରେ ସ୍ନେକ୍ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଲଳିତଙ୍କଠୁ ଏ ସମ୍ପର୍କରେ ଖବର ପାଇ ନିଜର କୌତୁହଳକୁ ଦମନ କରି ନପାରି ଗତ ରବିବାର ଦିନ ଧାଇଁଗଲେ ବାଙ୍କୀ । ସ୍ଥାନୀୟ ଲୋକ ହରିଚନ୍ଦନ ବାବୁ, ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ଲଳିତ ଓ ସଦସ୍ୟ ଦୁର୍ଗାମାଧବଙ୍କୁ ନେଇ ଏକ ଟିମ୍ ପ୍ରସ୍ତୁତ କରି ରବିବାର ସକାଳେ ସେଠାରେ ପହଞ୍ଚି ସାପର ଗତିବିଧି ଉପରେ ନଜର ରଖିଥିଲେ ।

ତେବେ ମାଛ ବିକ୍ରି ହେଉଥିବା ଦିନ ଅର୍ଥାତ୍ ବୁଧ, ଶୁକ୍ର ଓ ରବିବାର ଏଇ ୩ ଦିନ ହିଁ ସେଇ ଧଣ୍ଡ ସାପମାନେ ହି ସେଇ ସ୍ଥାନକୁ ଆସୁଛନ୍ତି । ଅନ୍ୟ ଦିନମାନଙ୍କରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟମାନେ ଠିକ୍ ସେଇ ସମୟରେ ସେହି ସ୍ଥାନରେ ଆଉ ସାପଙ୍କୁ ପାଉ ନାହାନ୍ତି । ସତେ ଯେମିତି ମାଛ ବିକୁଥିବା ଦୁର୍ଯ୍ୟୋଧନ ପ୍ରଧାନଙ୍କ ସହ ଧଣ୍ଡ ସାପମାନଙ୍କର ଏକ ଭାବ ଗତ ସମ୍ପର୍କ ଯୋଡି ହୋଇଯାଇଛି । ଯେଉଁଦିନ ଦୁର୍ଯ୍ୟୋଧନ ଆସିବେ, ସାପମାନେ ଆସିବେ । ଆଉ ଯେଉଁଦିନ ଦୁର୍ଯ୍ୟୋଧନ ଆସିବେ ନାହିଁ, ସାପମାନେ ବି କୁଆଡେ କେଜାଣି ଲୁଚି ଯାଆନ୍ତି ।

{"id":309698,"sizeSlug":"large"}

ସାପ ଓ ମଣିଷର ଲଢେଇ ସାରା ବିଶ୍ବରେ ଦେଖାଯାଏ । କିନ୍ତୁ ସାପ ସହ ମଣିଷର ଭଲ ପାଇବା ସମ୍ପର୍କ ହୁଏତ ଏହା ବିଶ୍ବରେ ପ୍ରଥମ । ୫ଟି ଧଣ୍ଡ ସାପ ଆଉ ସେମାନଙ୍କୁ ଖାଇବାକୁ ଦେଇ ତାଙ୍କର ବନ୍ଧୁ ପାଲଟିଥିବା ଦୁର୍ଯ୍ୟୋଧନ କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରାଇ ଚର୍ଚ୍ଚାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.