Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ପୁଅ ପାଇବା ଆଶାରେ ନିଜ ୬ବର୍ଷର ଝିଅକୁ ବଳି ଦେଲା ନିର୍ଦୟ ବାପା : ଗିରଫ କଲା ପୋଲିସ୍

14/11/2020 at 12:35 PM

ଲୋହରଦଗା ୧୪/୧୧: ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାରେ ଜଣେ ବାପା ନିଜ ଝିଅକୁ ବଳି ଦେଇ ଦେଇଛି। ଅନ୍ଧବିଶ୍ବାସ ଯୋଗୁଁ ପୁଅ ପାଇବା ଆଶାରେ ସେ ନିଜର ୬ବର୍ଷର ଏକମାତ୍ର ଝିଅକୁ ମାରି ଦେଇଥିଲା। ଘଟଣାଟି ଘଟିଛି ପେଶରାରର ବୋଣ୍ଡୋବାର ଗାଁର।

ବୋଣ୍ଡୋବାର ଗାଁରେ ଗୁଣିଆ ଚକ୍କରରେ ପଡ଼ି ସୁମନ ନଗେସିଆ ନିଜ ୬ବର୍ଷର ଝିଅକୁ ବଳି ଦେଇଛି। ଗୁଣିଆର କହିବା ଅନୁସାରେ ସେ ଯଦି ଝିଅକୁ ବଳି ଦେବ ତେବେ ତାର ପୁଅ ଜନ୍ମ ହେବ। ଏହି ଅନ୍ଧବିଶ୍ବାସରେ ସେ ନିଜ ଝିଅକୁ ବଳି ଦେଇଥିଲା।

ଅଭିଯୁକ୍ତ ୨୬ବର୍ଷୀୟ ସୁମନ ନଗେସିଆ ଅଶିକ୍ଷିତ। ସେ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇଥିଲା। ସେଠାରେ ଜଣେ ଗୁଣିଆଠୁ ପୁଅ ପାଇବା ପାଇଁ କଥାବାର୍ତ୍ତା କରିଥିଲା।

ପୁଅ ପାଇବା ଆଶାରେ ସୁମନ ଭଗତ ଆଦିଙ୍କୁ ଡକାଇ ଘରେ ଅନୁଷ୍ଠାନ କରିଥିଲା ଏବଂ ଅଗଣାରେ ଝିଅକୁ ବଳି ଦେଇଥିଲା।ଝିଅକୁ ବଳି ଦେବା ପରେ ସୁମନର ପତ୍ନୀ ଦୁଃଖ​‌ରେ ଭାଙ୍ଗି ପଡ଼ିଛନ୍ତି।

ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳ ହେବା ବ୍ୟତୀତ ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୫୫କିଲୋମିଟର ଦୂର ହେବା କାରଣରୁ ଗାଁଲୋକେ ସୁମନକୁ ଧରି କିସ୍କୋ ମୁଖ୍ୟାଳୟକୁ ନେଇ ଆସିଥିଲେ। ଏହା ପରେ ପେଶରାର ପୋଲିସ ପହଞ୍ଚି ସୁମନକୁ ଗିରଫ କରିଥିଲା। ମୃତ ଝିଅଟିକୁ ପୋଷ୍ଟମର୍ଟମ କରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

   Related Posts