ବିମାନ ଚକରେ ବସି 'ମୃତ୍ୟୁର ଯାତ୍ରା': ଅଢେଇ ଘଣ୍ଟା ଧରି ପବନରେ ଲଟକି ରହିଲେ, ଆଉ ତାପରେ....

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଲୀ ୨୯/୧୧: ବିମାନରେ ଯାତ୍ରା କରିବା ସାଧାରଣ କଥା । ହେଲେ ବିମାନ ଚକରେ ବସି ଯାତ୍ରା କରିବେ କେତେଦୂର ଯୁକ୍ତି ଯୁକ୍ତ । ବାସ୍ତବରେ ଏପରି ହୋଇଛି । ଜଣେ ବ୍ୟକ୍ତି ମାନର ଲ୍ୟାଣ୍ଡିଂ ଗିୟର ପାଖରେ ବସି ଯାତ୍ରା କରିଛନ୍ତି । ଆମେରିକାରୁ ନଜର ଆସିଛି ଏପରି ଘଟଣା । ଜଣେ ବ୍ୟକ୍ତି ବିମାନ ଚକରେ ବସି ଦୁଇ ଘଣ୍ଟା ୩୦ ମିନିଟ ଯାତ୍ରା କରିଛନ୍ତି । ଯାହାକି ମୃତ୍ୟୁର ଯାତ୍ରା ବୋଲି କୁହାଯାଉଛି ।

ବିମାନଟି ଲ୍ୟାଣ୍ଡିଂ ସମୟରେ ଜଣେ କର୍ମଚାରୀ ଏହାକୁ ଦେଖିବାକୁ ପାଇଥିଲେ । ଦେଖିବା ପରେ ନିଜେ ମଧ୍ୟ ତାଜୁବ ହୋଇଯାଇଥିଲେ । ପରେ ସଂଗେ ସଂଗେ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଇଛି । ଏବେ ସେ ସୁସ୍ଥ ଅଛନ୍ତି । 'ଡେଲି ମେଲ'ର ରିପୋର୍ଟ ଅନୁଯାୟୀ ଏକ ଆମେରିକୀୟ ବିମାନ ଗୁଆଟେମାଲା ଠାରୁ ମିଆମି ଅଭିମୁଖେ ଯାତ୍ରା କରିଥିଲା । କିନ୍ତୁ ଯାତ୍ରୀଙ୍କ ବ୍ୟତୀତ ଏହି ବିମାନରେ ଅନ୍ୟ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ।

wp:html /wp:html

କିନ୍ତୁ ବ୍ୟକ୍ତି ଜଣଙ୍କ ବିମାନ ଭିତରେ ବସି ନଥିଲେ, ବରଂ ବିମାନ ଚକରେ ଝୁଲି ରହିଥିଲେ । ଗୁଆଟେମାଲା ଠାରୁ ମିଆମିରେ ପହଞ୍ଚିବା ପାଇଁ ବିମାନଟି ପ୍ରାୟ ଦୁଇ ଘଣ୍ଟା ୩୦ ମିନିଟ୍ ସମୟ ଲାଗିଥିଲା । ସେପର୍ଯ୍ୟନ୍ତ ଏହି ବ୍ୟକ୍ତି ୩୩,୦୦୦ ଫୁଟ ଉଚ୍ଚତାରେ ଲ୍ୟାଣ୍ଡିଂ ଗିୟର ନିକଟରେ ବସିଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହି ମୃତ୍ୟୁର ଯାତ୍ରା କରିବା ପରେ ସେ ସୁରକ୍ଷିତ ଅଛନ୍ତି । କୌଣସି ପ୍ରକାରର କ୍ଷତି ହୋଇନି ।

କଷ୍ଟମ ବିଭାଗର କହିବା ମୁତାବକ "ମିଆମି ବିମାନବନ୍ଦରରେ ଜଣେ ୨୬ ବର୍ଷୀୟ ଯୁବକ ଗୁଆଟେମାଲା ବିମାନର ଲ୍ୟାଣ୍ଡିଂ ଗିଅର ବାକ୍ସରେ ଧରାପଡିଛନ୍ତି । ଶନିବାର ଏହି ଭିଡିଓଟି ସାମ୍ନାକୁ ଆସିଥିଲା । ଯେଉଁଥିରେ ବିମାନ ବନ୍ଦରର କର୍ମଚାରୀମାନେ ବିମାନଟି ଅବତରଣ କରିବା ପରେ ଲ୍ୟାଣ୍ଡିଂ ଗିଅରରୁ ବ୍ୟକ୍ତିଙ୍କୁ ବାହାର କରୁଥିବା ଦେଖିବାକୁ ମିଳିଥିଲା । ଲୋକଟି ବହୁତ ଡରି ଯାଇଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.