ରାନୁ ମଣ୍ଡଲଙ୍କ ପରେ ଭାଇରଲ ହେଉଛି ଏହି ଯୁବକଙ୍କ ଭିଡିଓ : ଗାଇଛନ୍ତି ଫିଲ୍ମ 'ବାହୁବଳୀ'ର ଗୀତ

Published By : Prameya-News7 Bureau | May 28, 2020 IST

ମୁମ୍ବାଇ ୨୮/୦୫ : ଆଜିକାଲି ଦୁନିଆରେ ଯାହା ଘଟୁଛି ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ବଲିଉଡ ତାରକା ସବୁବେଳେ ନିଜ ପ୍ରଶଂସକ ଏବଂ ଫଲୋୟର୍ସ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି | ଏପଟେ ଇଣ୍ଟରନେଟରେ ସାଧାରଣ ଲୋକ ନିଜର କିଛି ଦକ୍ଷତା ଦେଖାଇ ରାତାରାତି ପ୍ରସିଦ୍ଧ ହେଇଯାଉଛନ୍ତି | ଏମିତି ଅନେକ ଲୋକଙ୍କ ସମ୍ପର୍କରେ ଜାଣିଥିବେ ଯେଉଁମାନେ ରାତାରାତି ଇଣ୍ଟରନେଟ ସେନସେସନ ପାଲଟି ଜୁଛନ୍ତି | କିଛି ଦିନ ପୂର୍ବରୁ ରାନୁ ମଣ୍ଡଲ ଗୀତ ଗାଇ ଇଣ୍ଟରନେଟରେ ପ୍ରସିଦ୍ଧ ହୋଇଯାଇଥିଲେ | ଏହାପରେ ତାଙ୍କୁ ବଲିଉଡରେ ଗାଇବା ପାଇଁ ମଧ୍ୟ ମଉକା ମିଳିଥିଲା | ବଲିଉଡ ଗାୟକ ହ୍ୱିମେସ ରେସମୀୟା ତାଙ୍କୁ ନିଜ ଆଲବମରେ ଗାଇବାକୁ ମଉକା ଦେଇଥିଲେ | ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଆଉ ଜଣେ ପ୍ରସିଦ୍ଧ ହେବାକୁ ବସିଛନ୍ତି | ଏହି ଯୁବକ ଜଣକ ଫିଲ୍ମ 'ବାହୁବଳୀ'ର ଗୀତ ଗାଇଛନ୍ତି | ଯୁବକଙ୍କ ଗୀତ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏହି ଯୁବକଙ୍କ ଭିଡିଓ ବର୍ତ୍ତମାନ ଫେସବୁକରେ ସେୟାର କରାଯାଇଛି | ଯୁବକଙ୍କ ଗୀତ ଭାଇରାଲ ହେବାପରେ ଲୋକେ ଯୁବକଙ୍କ ସମ୍ପର୍କରେ ଜାଣିବାକୁ ଇଛା ପ୍ରକାଶ କରିଛନ୍ତି |

{"id":277538,"sizeSlug":"large"}

କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କ ଗୀତ ଗାଇବା ଭିଡିଓ ସୋସିଆଲ ମିଡ଼ିଆରେ ହେମୁ ଗମେତି ନାମକ ଜଣେ ଫେସବୁକ ୟୁଜରଙ୍କ ଆକାଉଣ୍ଟରେ ସେୟାର ହୋଇଥିଲା | ଯୁବକଙ୍କ ଚାରିପାଖରେ ଅନେକ ଲୋକ ଛିଡା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି | ଲୋକେ ତାଙ୍କୁ ବାହୁବଳୀ ର ଗୀତ ଗାଇବାକୁ କହୁଥିଲେ | ଲୋକଙ୍କ ଅନୁରୋଧ କ୍ରମେ ଯୁବକ ବାହୁବଳୀର ଗୀତ ଗାଇଥିଲେ | ଯୁବକଙ୍କ ଗୀତ ଶୁଣି ସେଠାରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଦ ହୋଇଯାଇଥିଲେ | ଏହି ଭିଡିଓକୁ କିଛି ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ ସେୟାର କରି ସାରିଛନ୍ତି |

wp:core-embed/facebook {"url":"https://www.facebook.com/photo.php?fbid=1087943431588996\u0026set=a.121170024933013\u0026type=3","type":"rich","providerNameSlug":"facebook","className":""}
https://www.facebook.com/photo.php?fbid=1087943431588996&set=a.121170024933013&type=3
/wp:core-embed/facebook

ବାହୁବଳୀର ଏହି ଗୀତ କୈଳାସ ଖେର ଗାଇଥିଲେ | ଯୁବକ ଜଣକ କୈଳାସ ଖେରଙ୍କୁ ନକଲ କରି ତାଙ୍କ ଭଳି ଗାଇଛନ୍ତି | ଯୁବକଙ୍କ ଗୀତକୁ ସମସ୍ତେ ପ୍ରଶଂସା କରିଛନ୍ତି |

ଭିଡିଓରେ କ୍ୟାପସନ ଲେଖାଯାଇଛି, ନିଃଶବ୍ଦ ମନ୍ତ୍ରମୁଗ୍ଧ ସ୍ୱର...ତେବେ ଭିଡିଓରେ ଗୀତ ଗାଇଥିବା ଏହି ଯୁବକଙ୍କ ପରିଚୟ ଦିଆଯାଇନାହିଁ | ତେବେ ଭିଡିଓ ଭାଇରାଲ ହେବାପରେ ଜଣାପଡୁଛି ଯୁବକଙ୍କ ପରିଚୟ ଖୁବ ଶୀଘ୍ର ସାମ୍ନାକୁ ଆସିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.