ଘର ଆଗରେ ସ୍ପଟ୍ ମର୍ଡର : ଜଣଙ୍କୁ ଗୁଳିକରି ହତ୍ୟା କଲେ ୪ ଦୁର୍ବୃତ୍ତ, ଜଣକୁ କାବୁକଲେ ଗ୍ରାମବାସୀ

Published By : Prameya-News7 Bureau | January 21, 2019 IST

ପଟ୍ଟାମୁଣ୍ଡାଇ ୨୧|୧:  ଦିନ ଦ୍ବିପ୍ରହରରେ ଲୋକଙ୍କ ଆଗରେ ଗୁଳି କରି ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାରେ ଘଟିଛି ଗୁଳିକାଣ୍ଡ । ମୃତକ ହେଲେ କଣ୍ଡିରା ହରିଜନପଡାର ଟୁବୁଲା ସେଠୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":76396}

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାର ଟୁବୁଲା ସେଠୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ୪ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କ ଘର ପାଖରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଟୁବୁଲା । ଗୁଳି କରି ଖସି ଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣକୁ କାବୁ କରଛନ୍ତି ଗ୍ରାମବାସୀ । ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟୁବୁଲାଙ୍କ ମୃତଦେହ ଜବତ କରି ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.