ପାନ ମସଲା ଖାଇବାକୁ ରୋକିବାରୁ ରାଗିଗଲା ସ୍ବାମୀ : ସ୍ତ୍ରୀକୁ ମାରିଲା ଗୁଳି

Published By : Prameya-News7 Bureau | August 29, 2020 IST

ମିରଟ ୨୯/୮: ମିରଟର ହସ୍ତିନାପୁର ସ୍ଥିତ ଗଣେଶପୁରରେ ପାରିବାରିକ କଳହ ଯୋଗୁଁ ଯୁବକ ନିଜ ସ୍ତ୍ରୀଙ୍କୁ ଗୁଳି କରି ଦେଇଛି। ସ୍ତ୍ରୀ ନିଜ ସ୍ବାମୀକୁ ପାନ ମସଲା ଖାଇବାକୁ ରୋକିଥିଲେ। ଏଥିରେ ଯୁବକ ରାଗିଯାଇ ବନ୍ଧୁକ ବାହାର କରିଥିଲା ଏବଂ ସ୍ତ୍ରୀଙ୍କୁ ଗୁଳି କରି ଦେଇଥିଲା। ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି। ଏହା ସହିତ ବ୍ୟବହୃତ ହୋଇଥିବା ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି।

ଘଟଣା ବିଷୟରେ ସୂଚନା ପାଇ ପୋଲିସ୍ ଗୁରୁତର ମହିଳାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଠାରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡ଼ିବାରୁ ତାଙ୍କୁ ମିରଟ ପାଇଁ ରେଫର କରି ଦିଆଯାଇଥିଲା। ଏହି ଘଟଣା ପରଠୁ ସେହି ସ୍ଥାନରେ ହଇଚଇ ସୃଷ୍ଟି ହୋଇଛି।

ଗଣେଶ ପୁର ବାସିନ୍ଦା ଲୋକେଶର ବିବାହ ମିରଟର ଲାଲସିଂହ ନଗର ବାସିନ୍ଦା ରଣବୀର ସିଂହଙ୍କ ଝିଅ କାଜଲ୍ ସହ ପାଖାପାଖି ୬ମାସ ତଳେ ହୋଇଥିଲା। ବିବାହିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଦୁହେଁ ହସଖୁସିରେ ସମୟ ବିତାଉଥିଲେ।

ପୀଡ଼ିତାଙ୍କ ବାପା କହିଛନ୍ତି ଯେ ସେ ଗମ୍ଭୀର ଥିବା ନିଜ ଝିଅକୁ ମିରଟର ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅଭିଯୁକ୍ତ ସ୍ବାମୀ ବିରୋଧରେ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.