ଝରକା ବାଟେ ପାନ ଛେପ ପକାଇବା ହେଲା କାଳ, ଟିକେ ଛିଟ୍‌କା ପଡ଼ିବାରୁ ଘରେ ପଶି ଗୁଳି ମାରିଦେଲା ଯୁବକ

Published By : Prameya-News7 Bureau | November 02, 2021 IST

wp:heading {"level":4}

ପାଟନା, ୦୨।୧୧: ପାନ ଛେପ ପାଇଁ ଗଲା ଜୀବନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାହାରର ସିୱାନ ଜିଲ୍ଲାରେ । ପାନ ଛେପ ପକାଇ ଦେବାରୁ ଜଣେ ଛୋଟ ବ୍ୟବସାୟୀଙ୍କ ଜୀବନ ଯାଇଛି । ଏ ଘଟଣା ରବିବାର ଘଟିଛି ।

/wp:heading wp:heading {"level":4}

ସୂଚନା ମୁତାବକ, ମୃତ ବ୍ୟବସାୟୀ ହେଉଛନ୍ତି ୨୭ ବର୍ଷୀୟ ଇସାନ୍‌ ମଲିକ୍‌ । ସେ ସରାଇ ପୋଲିସ୍ ଥାନା ଅଧିନରେ ଆସୁଥିବା ପୁରାନି କିଲ୍ଲା ପୋଖାର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ଉକ୍ତ ଅଞ୍ଚଳରେ ସେ ବୁଲି ବୁଲି କପଡ଼ା ବ୍ୟବସାୟ କରିଥିଲେ । ଘଟଣା ଦିନ ରାତି ୮.୩୦ ସମୟରେ ସେ ରୋଷେଇ ଘରେ ଖାଦ୍ୟ ରାନ୍ଧୁଥିବା ବେଳେ ପାନ ଚୋବାଇ ଛେପ ଝରକା ବାଟେ ପକାଇ ଦେଇଥିଲେ । ସେହି ସମୟରେ ତଳ ରାସ୍ତା ଦେଇ ଯାଉଥିବା ଜଣେ ଯୁବକଙ୍କ ଦେହରେ କିଛି ଛିଟା ପଡ଼ିଥିଲା ।

/wp:heading wp:heading {"level":4}

ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ଇସାନ୍‌ଙ୍କ ଘର କବାଟ ବାଡ଼େଇଥିଲେ । ଇସାନ୍‌ କବାଟ ଖୋଲିବା କ୍ଷଣି ତାଙ୍କ ଉପରକୁ ଗୁଳି ଚଳାଇଥିଲା ଯୁବକ । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

/wp:heading wp:heading {"level":4}

ପୋଲିସ୍‌ ଦେଇଥିବା ସୂଚନା ଅନୁସାରେ, ଗୁଳି ମାରିଥିବା ଯୁବକ ହେଉଛି ୧୮ ବର୍ଷୀୟ ଗୋଲୁ ମିଆଁ । ସେ ଇସାନ୍‌ଙ୍କୁ ଗୁଳି ମାରିବା ପରେ ପାଳାୟନ କରିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ୍‌ ତାକୁ କାବୁ କରିଛି । ସେ ଏକ ଦେଶୀ ବନ୍ଧୁକରେ ଗୁଳି ମାରିଥିବା ବେଳେ ଚଢ଼ାଉ ସତ୍ତ୍ୱେ ବି ପୋଲିସ୍‌ ସେହି ବନ୍ଧୁକକୁ ଜବତ କରି ପାରିନାହିଁ । ଅଭିଯୁକ୍ତକୁ ଗିରଫ କରି ପୋଲିସ୍‌ କୋର୍ଟରେ ହାଜର କରିବା ପରେ ତାକୁ ୧୪ ଦିନିଆ ହାଜତକୁ ପଠାଇ ଦିଆଯାଇଛି ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.