Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଦେଢ ବର୍ଷ ସଜ୍ଜା କାଟି ଜେଲ୍‌ରୁ ବାହାରିବା ପରେ ସ୍ତ୍ରୀଙ୍କୁ ଗୁଳିମାରି ହତ୍ୟା କଲା ସ୍ବାମୀ, ଜାଣନ୍ତୁ ପୂରା ଘଟଣା…

4/09/2019 at 1:01 PM

କୁର୍ଦ୍ଦିସ୍ତାନ ୪।୯: ପରକୀୟ ପ୍ରୀତି ନେଲା ଜୀବନ । ଜଣେ ମହିଳାଙ୍କୁ ପରକୀୟା ପ୍ରୀତି ଯୋଗୁଁ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ । ସଜ୍ଜା କାଟି ଜେଲ୍ ରୁ ବାହାରିବା ପରେ ମହିଳାଙ୍କ ସ୍ବାମୀ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏଭଳି ଘଟଣା ଇରାକ କୁର୍ଦ୍ଦିସ୍ତାନରେ ଘଟିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ଦେଢ ବର୍ଷ ଜେଲ୍ ରେ ରହିବା ପରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ଚାଲିଥିଲା ।

ବିବାହ ବିଚ୍ଛେଦ ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ବାହାରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଇରବିଲ କୋର୍ଟ ବାହାରେ କାର୍ ପାର୍କିଂ ନିକଟରେ ହୋଇଛି ଏଭଳି ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ବାମୀକୁ ଘଟଣାସ୍ଥଳରୁ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ୨୦୧୮ ମସିହାରୁ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ମହିଳାଙ୍କ ସ୍ବାମୀ ଅଭିଯୋଗ ଆଣିଥିଲେ ଯେ, ସଂପୃକ୍ତ ମହିଳାଙ୍କର ପରକୀୟ ସଂପର୍କ ରହିଛି ବୋଲି । ଫଳରେ ମହିଳାଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟା ଘଟଣାକୁ ଇରାନ ଏବଂ କୁର୍ଦ୍ଦିଶ ମହିଳାମାନଙ୍କ ପାଇଁ କାମ କରୁଥିବା ଏକ ସଂସ୍ଥା ଅନର କିଲିଂ ବୋଲି କହିଛି ।

ସୂଚନାଯୋଗ୍ୟ ଯେ, ଇରାକ କୁର୍ଦ୍ଦିସ୍ତାନରେ ବିବାହ ବିଚ୍ଛେଦ ପରେ ପୁରୁଷ କିମ୍ବା ମହିଳା ଅନ୍ୟ କାହା ସହ ସଂପର୍କ ରଖିଲେ ତାଙ୍କ ପାଇଁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।

ଇରାନୀୟନ ଆଣ୍ଡ୍ କୁର୍ଦ୍ଦିଶ ଓ୍ବିମେନ୍ ରାଇଟସ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ, ସଂପୃକ୍ତ ମହିଳା ଜଣଙ୍କ ପରକୀୟ ପ୍ରୀତି ଯୋଗୁଁ ପ୍ରାୟ ଦେଢ ବର୍ଷ ଜେଲ୍ ରେ ରହିଥିଲେ । ଜେଲ୍ ରୁ ବାହାରିବା ପରେ ମହିଳା ଜଣଙ୍କ ସ୍ବାମୀଙ୍କଠାରୁ ବିହାହ ବିଚ୍ଛେଦ ଚାହୁଁଥିଲେ । ଏହାପରେ ତାଙ୍କୁ ହତ୍ୟା କରାଯାଇଛି ।

   Related Posts