ମଦ ପିଇ ବାପାକୁ ଗୁଳି କରିଦେଲା କୁଳାଙ୍ଗାର ପୁଅ, ପୋଲିସକୁ ବି ଦେଖାଇଲା ବନ୍ଧୁକ ଭୟ

Published By : Prameya-News7 Bureau | March 07, 2021 IST

ମେରଠ ୦୭/୦୩: ସାମାନ୍ୟ ବଚସା ପାଇଁ  ସ୍ନେହ-ମମତା ସବୁ ଭୁଲିଗଲା ପୁଅ। ନିଶାସକ୍ତ ଅବସ୍ଥାରେ ନିଜ ବାପାକୁ ଗୁଳି କରି ହତ୍ୟା କଲା କୁଳାଙ୍ଗାର ପୁଅ। ଏତିକିରେ ତାର ମନ ବୁଝିଲାନି ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସଙ୍କ ଉପରକୁ ବି ଫାଙ୍କା ଗୁଳି ଚାଳନା କଲା। ବହୁ କଷ୍ଟରେ ପୋଲିସ ଅଭିଯୁକ୍ତକୁ କାବୁ କଲା ସତ କିନ୍ତୁ ସ୍ଥାନୀୟ ଲୋକେ ବେକାବୁ ହୋଇଗଲେ।

ପୋଲିସ ନେଇ ଯାଉଥିବା ବେଳେ ଅଭିଯୁକ୍ତକୁ ଛେଚିଲେ ପଡ଼ୋଶୀ। ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ମେରଠରେ ଘଟିଛି। ମଦ୍ୟପାନ କରିବା ପରେ ନିଶାସକ୍ତ ଅବସ୍ଥାରେ ନିଜ ଜନ୍ମ କଲା ବାପାକୁ ଗୁଳି କରି ହତ୍ୟା କରିଛି ପୁଅ। ହତ୍ୟା କରିବା ପରେ ଘରେ କବାଟ ଦେଇ ଲୁଚିଥିଲା ଅଭିଯୁକ୍ତ। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ଆସିଥିବା ଦେଖି ଅଭିଯୁକ୍ତ ନିଜ ବନ୍ଧକରୁ ଫାଙ୍କା ଗୁଳି ଚାଳନା କରିଥିଲା। ପୋଲିସ ଦୀର୍ଘ ସମୟ ଅପରସେନ କରିବା ପରେ ହତ୍ୟାକାରୀକୁ ଗିରଫ କରିଥିଲା। ସାଥିରେ ନେଇ ଯାଉଥିବା ବେଳେ ଫଡ଼ୋଶୀ ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେଇଥିବା ସୂଚନା ମିଳିଛି।

ପରେ ପୋଲିସ ଅଭିଯୁକ୍ତକୁ ଥାନାକୁ ନେଇଥିଲା। ମୃତକଙ୍କ ନାଁ ବିନୋଦ ବର୍ମା ସରଫ ହୋଇଥିବା ବେଳେ ଅଭିଯୁକ୍ତ ପୁଅ କିଷାନ। ପୁଅର ଗୁଳିମାଡ଼ରେ ବିନୋଦ ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.