କବରରୁ ବାହାରି ଆସିଲା 'ମୃତଙ୍କ ଆଙ୍ଗୁଠି', ଦେଖି ଚିଲାଇଲା ବ୍ୟକ୍ତି, ଖୋଲିଲା ଏମିତି ରହସ୍ୟ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୦: ଯଦି ଆପଣ କେବେ ଏକାକୀ ଜଙ୍ଗଲ ଦେଇ ଯାଉଥିବେ ଏବଂ ଯାଉଥିବା ରାସ୍ତାରେ ହଠାତ୍ କୌଣସି ମୃତ ବ୍ୟକ୍ତିଙ୍କ ଆଙ୍ଗୁଠି କବରରୁ ବାହାରୁଥିବାର ଦେଖିବେ। ତେବେ ଆପଣ କଣ କରିବ? ଏପରି ଦୃଶ୍ୟ ଦେଖି ଯେକେହିବି ଭୟଭୀତ ହୋଇଯିବେ। ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ ଏପରି ଏକ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଯେତେବେଳେ ବ୍ୟକ୍ତି ଜଣକ ଜଙ୍ଗଲ ଦେଇ ଯାଉଥିଲେ, ସେତେବେଳେ ସେ ହଠାତ୍ ଦେଖିବାକୁ ପାଇଲେ ଯେ ଏକ ମୃତ ଶରୀର ଆଙ୍ଗୁଠି ଭୂମିରୁ ବାହାରୁଛି, ଯାହା ଦେଖି ସେ ବହୁତ ଭୟଭୀତ ହୋଇ ପାଟି କରିବାକୁ ଲାଗିଲେ। ସେ ଚାହିଁ ମଧ୍ୟ ଆଗକୁ ବଢି ପାରୁ ନଥିଲେ। କିନ୍ତୁ ଆଙ୍ଗୁଠିକୁ ଧ୍ୟାନର ସହ ଦେଖିବା ପରେ ସେ ଜାଣିବାକୁ ପାଇଲେ ଯେ ଏହି ମାମଲା ଅନ୍ୟ କିଛି ଅଟେ।

ବାସ୍ତବରେ, ଯାହାକୁ ସେ ଭାବୁଥିଲେ ଯେ ଜଣେ ମୃତ ଶରୀରର ଆଙ୍ଗୁଠି, ପ୍ରକୃତିରେ ତାହା ନୁହେଁ, ତାହ ଏକ ପ୍ରବାଳ ଯାହାକୁ ଡେଡ୍ ମ୍ୟାନ୍ ଫିଙ୍ଗର୍ସ କୁହାଯାଏ। ଏହାକୁ ହଠାତ୍ ଦେଖିଲେ ମୃତ ବ୍ୟକ୍ତିର ଆଙ୍ଗୁଠି ପରି ଦେଖାଯାଏ। ଡେଡ୍ ମ୍ୟାନ୍ ଫିଙ୍ଗର୍ସ ବୃଦ୍ଧି ହେବାପରେ ଏହାର ଶାଖା ମାଟି ଫଟେଇ ବାହାରକୁ ଆସିଯାଏ ଏବଂ ଏକ ମୃତ ଶରୀରର ଆଙ୍ଗୁଠି ପରି ଦେଖାଯାଏ। ଏହି କାରଣରୁ ଏହି ପ୍ରବାଳକୁ ଡେଡ୍ ମ୍ୟାନ୍ ଫିଙ୍ଗର୍ସ ନାମରେ ନାମିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.