Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଶ୍ରମିକର ଗୁପ୍ତାଙ୍ଗରେ ଏୟାର୍ କମ୍ପ୍ରେସର୍ ପାଇପ୍ ପୁରାଇଦେଲେ ଦୁଇ ଯୁବକ: ଫାଟିଗଲା ଅନ୍ତନଳୀ, ୨ ଅଭିଯୁକ୍ତ ଗିରଫ

29/06/2021 at 9:13 PM

ନୋଏଡା ୨୯/୦୬ : ନୋଏଡା ସେକ୍ଟର ୬୩ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ସମୟରେ ଦୁଇ ଯୁବକ ଥଟ୍ଟା ମଜାରେ ସେଠାରେ କାମ କରୁଥିବା ଜଣେ ଶ୍ରମିକର ଗୁପ୍ତାଙ୍ଗରେ ଏୟାର୍ କମ୍ପ୍ରେସର୍ ପାଇପ୍ ପୁରାଇଦେଲେ। ଫଳରେ ଶ୍ରମିକଙ୍କ ଅନ୍ତନଳୀ ଫାଟିଗଲା। ଅତ୍ୟନ୍ତ ଗମ୍ଭୀର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଥାନା ଫେଜ-୩ ପ୍ରଭାରୀ ବିବେକ ତ୍ରିବେଦୀ କହିଛନ୍ତି ଯେ ସେକ୍ଟର-୬୩ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ସନ୍ଦୀପ ନାମକ ଯୁବକଙ୍କ ଗୁପ୍ତାଙ୍ଗରେ ସେଠାରେ କାମ କରୁଥିବା ଆଉ ଦୁଇ ଯୁବକ ଅଙ୍କିତ ଓ ଗୌତମ ଏୟାର୍ କମ୍ପ୍ରେସର୍ ପାଇପ୍ ପୁରାଇ ଦେଇଥିଲେ । ଯେଉଁଥିପାଇଁ ତାଙ୍କ ଶରୀରରେ ପବନ ଭର୍ତ୍ତି ହୋଇଗଲା ଓ ଅନ୍ତନଳୀ ଫାଟିଗଲା। ଗମ୍ଭୀର ଅବସ୍ଥାରେ ତାଙ୍କୁ ନୋଏଡା ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଙ୍କର ଅପରେସନ କରିଛନ୍ତି। ସନ୍ଦୀପ ଅବସ୍ଥା ଏବେ ବି ଗୁରୁତର ରହିଛି।

ମାମଲାରେ ପୀଡିତଙ୍କ ଭାଇ ଫେଜ-୩ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ଥାନା ପ୍ରଭାରୀ କହିଛନ୍ତି ଯେ ହତ୍ୟା ଉଦ୍ୟମ ଧାରାରେ ଅଙ୍କିତ ଓ ଗୌତମ ବିରୋଧରେ ମାମଲା ରୁଜ୍ଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

   Related Posts