Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ହସ୍ପିଟାଲ୍ ପରିସରରେ ପେଟ୍ରୋଲ ଢାଳି ପୀଡିତଙ୍କୁ ଜାଳି ଦେଲେ ଆକ୍ରମଣକାରୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

12/06/2021 at 5:06 PM

ଭୋପାଳ ୧୨।୦୬: ମଧ୍ୟ ପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ସାଗର ଜିଲ୍ଲା ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଆକ୍ରମଣକାରୀ। ଏହା କିଛି ସମୟ ପୂର୍ବରୁ ପୀଡିତ  ବ୍ୟକ୍ତି  ଝଗଡାରେ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ଅଭିଯୁକ୍ତ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଛି। ଏହି ଘଟଣା ଶୁକ୍ରବାର ହସ୍ପିଟାଲ ପରିସରରେ ଘଟିଛି। ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇ ଯାଇଛି।

ଗୁରୁତର ଆହତ  ବ୍ୟକ୍ତିଙ୍କ ନାମ ଦାମୋଦର କୋରି। ସାଗର  ଜିଲ୍ଲାର ବୁନ୍ଦେଲଖଣ୍ଡ ମେଡିକାଲ କଲେଜ୍‌ ଏବଂ  ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ମିଲନ ମଛେ ରଜକ। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ  ଭାରତୀୟ ଦଣ୍ଡ ବିଧାନର ଧାରା ୩୦୭ ଆଧାରରେ ଗୋପାଲଗଞ୍ଜ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।

ପୋଲିସ ଅନୁଯାୟୀ, ପୀଡିତ ଏବଂ ଅଭିଯୁକ୍ତ କିଛି ଘଣ୍ଟା ପୂର୍ବେ ଝଗଡା ଲାଗିଥିଲେ। ଏଥିରେ ଆହତ  ହୋଇ ପୀଡିତ ଚିକିତ୍ସା ପାଇଁ ହସ୍ପିଟାଲରେ ଥିଲେ। ହେଲେ ଅଭିଯୁକ୍ତ  ହସ୍ପିଟାଲ୍‌କୁ ଆସି ଆକ୍ରମଣ କରିବାକୁ ପଛାଇ ନାହିଁ। ଅଭିଯୁକ୍ତ ପୀଡିତାଙ୍କୁ ଜାଣିବା ବେଳେ ପେଟ୍ରୋଲ ବ୍ୟବହାର କରିଥିଲା। ସିସିଟିଭି ଫୁଟେଜ୍ ଦେଖିବା ପରେ ଏବଂ ପୀଡିତାଙ୍କ ବୟାନ ରେକର୍ଡ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।  

   Related Posts