Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପ୍ରେମିକା ଓ ତାଙ୍କ ମାଆଙ୍କୁ ଗୁଳି, ଘର ସହ ୧୦ ମାସର ପୁଅକୁ ଜାଳିଥିଲା: କୋର୍ଟ ଶୁଣାଇଲେ ଆଜୀବନ ସଜ୍ଜା ସହ ୨୨୪ ବର୍ଷ ଜେଲ୍

22/06/2021 at 5:08 PM

ସେଣ୍ଟ୍ ଲୁଇସ ୨୨/୦୬ : ନିଜର ୧୦ ମାସର ପୁଅ, ପୂର୍ବତନ ଗର୍ଲଫ୍ରେଣ୍ଡ ଏବଂ ମା’ଙ୍କୁ ହତ୍ୟା କରିଥିବା ମାମଲାରେ ସେଣ୍ଟ୍ ଲୁଇସର ଜଣେ ବ୍ୟକ୍ତିକୁ, କୋର୍ଟ ଆଜୀବନ ଜେଲ ଦଣ୍ଡ ପରେ ଆହୁରି ୨୨୪ ବର୍ଷ ବିନା ପାରୋଲ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ମାମଲା ୨୦୧୨ ମସିହାର। ୩୨ ବର୍ଷୀୟ ଏରିକ୍ ଲସନ୍ ମେ ମାସରେ ପ୍ରଥମ ଶ୍ରେଣୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହତ୍ୟା ମାମଲାରେ ମିସୋରୀ ଆଟର୍ଣ୍ଣି ଜେନେରାଲଙ୍କ ଖଣ୍ଡପୀଠ ତାଙ୍କୁ ମୃତ୍ୟୁଦଣ୍ଡ ବଦଳରେ ବିନା ପାରୋଲରେ ଆଜୀବନ କାରାଦଣ୍ଡ ଦଣ୍ଡିତ କରିବାକୁ ସୁପାରିଶ କରିଥିଲେ।

ସୋମବାର ଦିନ ସର୍କିଟ ଜଜ୍ ମାଇକେଲ ନୋବେଲ ଖଣ୍ଡପୀଠଙ୍କ ସୁପାରିଶକୁ ଅନୁସରଣ କରିଛନ୍ତି। ଅଭିଯୁକ୍ତକୁ କୋର୍ଟ ଆଜୀବନ ଜେଲ ଦଣ୍ଡ ପରେ ଆହୁରି ୨୨୪ ବର୍ଷ ବିନା ପାରୋଲ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ।

ଲସନ୍ ନିଜର ୧୦ ମାସର ପୁଅ ଆଡେନ, ପୂର୍ବତନ ଗର୍ଲଫ୍ରେଣ୍ଡ ୨୨ ବର୍ଷୀୟ ବ୍ରେୟାନା ରଏ; ଏବଂ ନିଜ ମା ଗ୍ୱେଣ୍ଡୋଲିନ୍ ରଏଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୨ ମେ’ ୫୭ ତାରିଖରେ ତାଙ୍କ ଆପାର୍ଟମେଣ୍ଟରେ ଏମାନଙ୍କୁ ହତ୍ୟା କରାଯାଇଥିଲା।

   Related Posts