ବେତନଟୀରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

Published By : Prameya-News7 Bureau | August 28, 2019 IST

ବାରିପଦା ୨୮୮: ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ । ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ରାୟ ଶୁଣାଇଛନ୍ତି ବାରିପଦା ଜିଲ୍ଲା ଦୌରାଜଜ୍ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ମୟୁରଭଞ୍ଜ ଜିଲ୍ଲା ବେଟନଟୀ ଥାନା ଅଞ୍ଚଳରେ ଏହି ବର୍ବରକାଣ୍ଡ ଘଟିଥିଲା । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଅଭିଯୁକ୍ତ ଯାମିନୀକାନ୍ତ । ତେବେ ଆଜି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଚଳିତ ବର୍ଷ ଜୁଲାଇ ୨୬ତାରିଖରେ ଅନୁରୂପ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ଅନୁଗୋଳ ଏଡିଜେ କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.