୬ ବର୍ଷୀୟା ଝିଅ ସହ ଦୁଷ୍କର୍ମ କଲା ସାବତ ବାପ, ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଲେ କୋର୍ଟ

Published By : Prameya-News7 Bureau | January 29, 2021 IST

ରାଇପୁର ୨୯/୦୧: ୬ ବର୍ଷୀୟା  ଝିଅକୁ ଦୁଷ୍କର୍ମ କଲା ସାବତ ବାପ। ମାମାଲା କୋର୍ଟ ପହଞ୍ଚିବା ପରେ କେବଳ ୪୫ ଦିନରେ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ବାପକୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ପକ୍ସୋ ଅଧିନରେ ୨୦ ବର୍ଷ ଜେଲ୍‌ ହେବାକୁ ଥିବା ବେଳେ ଆଇପିସି ୩୭୬ (୨) ଅଧିନରେ ଅଭିଯୁକ୍ତକୁ ଅତିରିକ୍ତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

୪୭ ବର୍ଷୀୟ ଅଭିଯୁକ୍ତ ରାଜୀବ କୁମାର ବିହାର ବାସିନ୍ଦା ହୋଇଥିବା ବେଳେ ଖାମତରାଇରେ ରହୁଥିଲା। ନିଜର ସାବତ ଝିଅକୁ ଦୁଷ୍କର୍ମ କରିଥିବା ମାମଲାରେ ମୋଟ ୩୦ ବର୍ଷ ଜେଲ୍‌ରେ ରହିବ ଅଭିଯୁକ୍ତ। ଏହା ସହ ୭୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବ। ତେବେ ଏହି ଘଟଣା ଛତିଶଗଡ଼ର ରାଇପୁରରେ ଘଟିଛି। ଡିସେମ୍ବର ୨୦୨୦ରେ ଘଟଣାଟି ଘଟିଥିବା ବେଳେ ଏନେଇ ଅଭିଯୁକ୍ତର ସ୍ତ୍ରୀ ଜାଣି ପାରିଥିଲେ। ସ୍ତ୍ରୀଙ୍କ ଅଭିଯୋଗ ପରେ ପୋଲିସ  ଅଭିଯୁକ୍ତକୁ ଗିରଫ କରିଥିଲା।

ଅନ୍ୟପଟେ ପୀଡ଼ିତା ଜଣେ ନାବାଳିକା ହୋଇଥିବାରୁ କେବଳ ୪୫ ଦିନରେ ପକ୍ସୋ କର୍ଟୋ ରାୟ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ ପସ୍କୋ ଆକ୍ଟ ଅଧିନରେ ୨୦ ବର୍ଷ ଜେଲରେ ରହିବାକୁ ଥିବା ବେଳେ ଆଇପିସି ୩୭୬ (୨) ଅଧିନରେ ୧୦ ବର୍ଷ ଜେଲ୍‌ରେ ରହିବ। ଏହା ସହ ଜରିମାନା ବାବଦକୁ ୭୦ ହଜାର ଟଙ୍କା ଭରିବ ଅଭିଯୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.