ମାଆକୁ ହତ୍ୟା କରି, ପିସ୍‌ ପିସ୍ କରି ଖାଇଥିଲା ଯୁବକ, କୋର୍ଟ ଶୁଣାଇଲେ ଏପରି ସଜା

Published By : Prameya-News7 Bureau | June 17, 2021 IST

ସ୍ପେନ, ୧୭/୦୬ : ନିଜ ମାଆକୁ ହତ୍ୟା କରିବା ଏବଂ ତାଙ୍କ ଶରୀରକୁ କାଟି ପିସ ପିସ କରି ମାଂସ ଖାଇବା ଅଭିଯୋଗରେ ଜଣେ ଅପରାଧୀକୁ ଦୀର୍ଘ ଦୁଇ ବର୍ଷ ପରେ ସଜା ହୋଇଛି l ଏହାର ବିଚାର କରି ମାଦ୍ରୀଦ କୋର୍ଟ ମଙ୍ଗଳବାର ନିଜ ରାୟ ପ୍ରକାଶ କରିଛନ୍ତି l ଅଭିଯୁକ୍ତକୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି lଘଟଣା ଅନୁସାରେ ଅଭିଯୁକ୍ତ ସହିତ ତା ମାଆଙ୍କର କୌଣସି ଏକ ଛୋଟ କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ତାଙ୍କୁ ହତ୍ୟା କରିଥିଲା l ହତ୍ୟା ପରେ ସେ ଦୁଇଟି ଛୁରୀ ଏବଂ ଏକ ଖଣ୍ଡା ସାହାଯ୍ୟରେ ମୃତଦେହକୁ କାଟି ପିସ ପିସ କରିଦେଇଥିଲା l ଶରୀରର କିଛି ଅଂଶ ଫ୍ରିଜ ଭିତରେ ରଖି କିଛିଦିନ ଏହାକୁ ଖାଇଥିବା ବେଳେ ବଳକା ଅଂଶକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ବାହାରେ ଫୋପାଡ଼ି ଦେଇଥିଲା lଏହି ଚଞ୍ଚଲ୍ୟକର ଘଟଣାଟି ୨୦୧୯ ମସିହାରେ ସ୍ପେନରେ ଘଟିଥିଲା l ସ୍ପାନିସ ନାଗରିକ ୨୮ ବର୍ଷୀୟ ଆଲବର୍ଟ ସଞ୍ଚେଜ ଗୋମେଜ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ l ପୋଲିସ ତାଙ୍କୁ ୨୦୧୯ ଫେବୃଆରୀ ମାସରେ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଯାହାର ବିଚାର କରି କୋର୍ଟ ୧୫ ବର୍ଷ ଜେଲ ଦଣ୍ଡାଦେଶ, ପ୍ରମାଣ ନଷ୍ଟ କରିଥିବାରୁ ଅତିରିକ୍ତ ୫ ମାସ ଏବଂ ଜେଲ କାଟିବା ସମୟରେ ଦୋଷୀ ନିଜ ଭାଇକୁ କ୍ଷତିପୂରଣ ବାବଦ ୭୩ ହଜାର ଡଲାର ଦେବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି l ଏଥି ସହିତ କୋର୍ଟ ତାଙ୍କ ଓକିଲଙ୍କ ଯୁକ୍ତିକୁ ରଦ୍ଦ କରିବା ସହିତ ଅଭିଯୁକ୍ତର ମାନସିକ ସନ୍ତୁଳନ ଠିକ ନଥିବା କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.