ଦୁଷ୍କର୍ମ ମାମଲାରେ ହାଜତରେ ଥିବା ଅଭିଯୁକ୍ତ ମାସେ ପୂର୍ବରୁ ମୁକୁଳିଥିଲା, ପୁଣି ଦୁଷ୍କର୍ମ କରି ଗଲା ଜେଲ୍

Published By : Prameya-News7 Bureau | January 05, 2021 IST

ଭୋପାଳ୦୫/୦୧: ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତ ସେଠାରୁ ମୁକୁଳିବାର ଗୋଟିଏ ମାସ ପରେ ପୁଣି ଦୁଷ୍କର୍ମ କରି ଗିରଫ ହୋଇଛି । ଜେଲ୍‌ରୁ ବାହାରିବା ପରେ ଜଣେ ବିଧବା ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବା ସହ ପୋଲିସକୁ ନକହିବାକୁ ଧମକ ଦେଇଥିବା ବି ଜଣାପଡ଼ିଛି । ଘଟଣାଟି ମଧ୍ୟପ୍ରଦେଶର ରାୟସେନରେ ଘଟିଛି।

ପୀଡ଼ିତାଙ୍କ କହିବା ଅନୁସାରେ ଅଭିଯୁକ୍ତ ତାଙ୍କୁ ବଳୂପୂର୍ବକ ଦୁଷ୍କର୍ମ କରିଛି। ଏହି ସମୟରେ ସେ ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲେ ବି କେହି ଶୁଣିନଥିଲେ। ଏହି ଘଟଣା ସାଞ୍ଚୀର ସଲାମତପୁର ଅଞ୍ଚଳରେ ଘଟିଛି । ରାତିରେ ୩ ଘଣ୍ଟା କାଳ ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ବି କେହି ଆସିନଥିଲେ। ତେବେ ୩୫ ବର୍ଷୀୟା ବିଧବା ମହିଳାଙ୍କ ଅଭି​‌ଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଖୋଜିଥିଲା ।

ପୀଡ଼ିତାଙ୍କ ଅଭିଯୋଗକ୍ରମେ ସେ ଜଣେ ବିଧବା ଓ ଏକୁଟିଆ ରୁହନ୍ତି। ରବିବାର ରାତି ପ୍ରାୟ ୧୧.୩୦ରେ ସେ ଘରେ ଶୋଇଥିଲେ । ସେତେବେଳେ ମେମରା ଗାଁରେ ରହୁଥିବା ଅଭିଯୁକ୍ତ ତାଙ୍କ ଘରକୁ ଆସିଥିଲା। ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲା। ତେବେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି।

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ଘଟଣା ପରେ ଅଭିଯୁକ୍ତ ଗାଁକୁ ଆସିଛି ବୋଲି ପୋଲିସକୁ ଖବର ମିଳିଥିଲା। ଖବର ମିଳିବା ପରେ ପୋଲିସ ଟିମ୍‌ ଘେରାବନ୍ଦୀ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.