୭ ମାସର ଶିଶୁକୁ ବାପା ବିକ୍ରି କରିଥିବା ଅଭିଯୋଗ

Published By : Prameya-News7 Bureau | July 09, 2019 IST

ଉମରକୋଟ ୯|୭: ନବରଙ୍ଗପୁର ଉମରକୋଟରେ ୭ ମାସର କଅଁଳା ଶିଶୁକୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ।

{"id":132035}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ପଞ୍ଚାୟତର ପୂଜାରୀଗୁଡା ଗାଁର ମଦ୍ୟପ ଜେସିପି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସଗାରାମ ଲୋହାର ତାର ୭ ମାସର ଶିଶୁ ପୁତ୍ରକୁ ବୁର୍ଜା ଗ୍ରାମର ରମେଶ ନାମକ ଏକ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ନେଇ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ସନମତି । ଅଭିଯୋଗ ଅନୁସାରେ ଗତ ୮ ତାରିଖ ଦିନ ସଗାରାମ ତାଙ୍କ ସ୍ତ୍ରୀ ଓ ସାତ ମାସ ଶିଶୁ ପୁତ୍ର ସହିତ ଉମରକୋଟ ସହର ସ୍ଥିତ ପେଣ୍ଡରାଣୀ ମନ୍ଦିରକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ  ସେଠାରେ ପୂର୍ବରୁ  ବୁର୍ଜା ଗ୍ରାମର ରମେଶ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ସହିତ ଉପସ୍ଥିତ ଥିଲେ । ସଗାରାମ ନିଜ ସହ ଥିବା ନିଜ ସାତ ମାସର ଶିଶୁକୁ ୧୦ ହଜାର ଟଙ୍କାରେ ରମେଶଙ୍କୁ ବିକ୍ରି କରିବା ପାଇଁ ସ୍ଥିର କରିଥିବା ନିଜ ସ୍ତ୍ରୀ ସନମତିଙ୍କୁ କହିଥିଲେ ।

{"id":132036}

ସନମତି ନିଜ ଶିଶୁକୁ ବିକ୍ରି କରିବାକୁ ମନା କରିବାରୁ ତାକୁ ପ୍ରବଳ ମାଡ଼ ମାରିବା ସହିତ ଶିଶୁକୁ ଜବରଦସ୍ତି ଛଡାଇ ନେଇ ରମେଶକୁ ଦେଇଥିଲେ । ରମେଶ ଶିଶୁ ପୁତ୍ରକୁ ନେଇ ଏକ ବୋଲାର ଗାଡିରେ ରାୟଗଡ଼ା ଜିଲ୍ଲା ଚାଲିଯିଥିବା ରମେଶ ପ୍ରକାଶ କରିଥିଲେ। ପରେ ସେମାନେ ସ୍ତ୍ରୀ ସନମତିର ଭିକ୍ଷା ପଞ୍ଚାୟତର ଗାଁଉଣ୍ଟିଆ ଗୁଡା ଗାଁକୁ ଯାଇଥିଲେ । ସ୍ବାମୀ ସଗାରମ ଶିଶୁ ମରିଗଲା ବୋଲି କହିବାକୁ ବାଧ୍ୟ କରିଥିଲେ, କିନ୍ତୁ ଶ୍ବଶୁର ଘର ଲୋକଙ୍କୁ ସନ୍ଦେହ ହେବାରୁ ସତ କଥା ଜାଣିବାକୁ ଚାହିଁବାରୁ, ସନମତୀ ନିଜ ବାପା ଘର ଲୋକଙ୍କ ନିକଟରେ  ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ଫଳରେ ସଗାରାମଙ୍କୁ ଏକ ଖୁଣ୍ଟ ରେ ବାନ୍ଧି ତା ଶ୍ବଶୁର ଘର ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ପ୍ରକୃତରେ କଣ ପାଇଁ ଶିଶୁ ପୁତ୍ରକୁ ବିକ୍ରି କରିଛି ତାହା ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.