ଲକ୍ ଡାଉନ୍‌ରେ ଇନ୍‌ଷ୍ଟାଗ୍ରାମରେ ଖୋଜୁଥିଲେ ଗ୍ରାହକ, ୩ଗୁଣ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ ମଦ

Published By : Prameya-News7 Bureau | April 14, 2020 IST

ବେଙ୍ଗାଲୁରୁ ୧୪।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା ହୋଇଛି । ଏହି ସମୟ ମଧ୍ୟରେ ଲୋକମାନେ ନିଜ ଘରେ ରହିଛନ୍ତି । ସେମାନଙ୍କ ନିଜ ନିଜ ଅଭ୍ୟାସ ସହିତ ବୁଝାମଣା କରୁଥିବା ଦେଖାଯାଇଛି । ଅନେକ ଲୋକ ମଦ୍ୟପାନରେ ଅଭ୍ୟସ୍ତ, କିନ୍ତୁ ଏହି ସମୟରେ ସେମାନେ ଏହାକୁ ପୂରଣ କରିବାକୁ ଅସମର୍ଥ । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହି ଲକ୍ ଡାଉନର ସୁଯୋଗ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମଦ ବିକିବା ଆରମ୍ଭ କରିଥିଲେ । ଲକ୍ ଡାଉନ୍ ଏବଂ କର୍ଫ୍ୟୁର ସୁଯୋଗ ନେଇ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ସୋସିଆଲ ମିଡିଆକୁ ନିଜ ଗ୍ରାହକ ଖୋଜିବା ପାଇଁ ଏକ ମାଧ୍ୟମ କରିଥିଲେ ।

{"id":253976,"sizeSlug":"large"}

ଏକ ଇଂରାଜୀ ଖବରକାଗଜର ରିପୋର୍ଟ ଅନୁଯାୟୀ, କିରଣ ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମର ବ୍ୟବହାର କରି ଗ୍ରାହକଙ୍କୁ ଏମଆରପି ମୂଲ୍ୟର ତିନି ଗୁଣ ମୂଲ୍ୟରେ ମଦ ବିକ୍ରି କରୁଥିଲେ । ଲକ୍ ଡାଉନ୍ ନିୟମକୁ ଉଲଂଘନ କରି ବ୍ୟକ୍ତି ଜଣଙ୍କ ମଦ ବିକ୍ରି ଜାରି ରଖିଥିଲେ । କିନ୍ତୁ ଖୁବ୍ ଶୀଘ୍ର ସେ ଅବକାରୀ ବିଭାଗ ହାତରେ ଧରାପଡିଥିଲେ ।

{"id":253979,"sizeSlug":"large"}

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଲକ୍ ଡାଉନ୍ ସମୟରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସହାୟତାରେ ପ୍ରତିରକ୍ଷା କ୍ୟାଣ୍ଟିନରୁ ମଦ କିଣୁଥିଲେ । ଏହାପରେ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ । ସେହି ବ୍ୟକ୍ତିଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଲକ୍ ଡାଉନ୍ ଅବଧି ମଧ୍ୟରେ ଯଥାସମ୍ଭବ ଟଙ୍କା ରୋଜଗାର କରିବା ।

{"id":253980,"sizeSlug":"large"}

ସେହି ବ୍ୟକ୍ତି ଜଣକ ଗ୍ରାହକ ଖୋଜିବାରେ ସୋସିଆଲ ମିଡିଆ ଏକମାତ୍ର ପ୍ଲାଟଫର୍ମ ଥିଲା । ସେ ଗ୍ରାହକଙ୍କୁ ସିଧାସଳଖ ଡେଲିଭରି କରିନଥିଲେ । ମଦ ଡେଲିଭରି ପୂର୍ବରୁ ସେ ଅନଲାଇନ୍ ପେମେଣ୍ଟ ଆପ୍ ଗୁଗୁଲ୍ ପେ ଏବଂ ଫୋନ୍ ପେ ମାଧ୍ୟମରେ ଟଙ୍କା ନେଉଥିଲେ । ଟଙ୍କା ପାଇବା ପରେ ସେ ମଦକୁ ଏକ ନିଛାଟିଆ ସ୍ଥାନରେ ଲୁଚାଇ ଗ୍ରାହକଙ୍କୁ ତାର ଠିକଣା ଦେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.