Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

୧୯୦୦ କିଲୋମିଟର ବାଇକ ଚଲାଇ ଶ୍ୱଶୁର ଘରେ ପହଁଚିଲେ ଯୁବକ : କ୍ଵାରେଣ୍ଟାଇନ ସେଣ୍ଟରରେ ଆତ୍ମଦାହ କରିବାକୁ ଚେଷ୍ଟା

22/05/2020 at 12:53 PM

ମୁଜାଫରପୁର ୨୨/୦୫ : ବିହାର ଗୟାଘାଟ କ୍ଵାରେଣ୍ଟାଇନ ସେଣ୍ଟରରେ ଜଣେ ଯୁବକ ଆତ୍ମଦାହ କରିବାକୁ ଚେଷ୍ଟା କରିଛନ୍ତି | ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ଶ୍ରୀକୃଷ୍ଣ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି | ଯୁବକଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର କହିଛନ୍ତି | ଯୁବକଙ୍କ ଅବସ୍ଥା ଗୁରୁତର ରହିଛି | ଯୁବକଙ୍କ ଘର ପୁର୍ଣିଆରେ | ଲକଡାଉନ ସମୟରେ ସେ ମୁମ୍ବାଇରୁ ୧୯୦୦ କିଲୋମିଟର ବାଇକ ଚଲାଇ ନିଜ ଶ୍ୱଶୁର ଘର ଗୟାଘାଟ କମରଠୁ ଗାଁକୁ ଆସିଥିଲେ | ଶ୍ୱଶୁର ଘରେ ପହଞ୍ଚି ଲୋକଙ୍କ ପରାମର୍ଶରେ ସେ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିଲେ |

ସୂଚନା ଅନୁଯାୟୀ, ସେ କମରଠୁ କନ୍ୟା ବିଦ୍ୟାଳୟରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିଲେ | ଗତ ରାତିରେ ଅଚାନକ ସେ ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ | ଗାଁ ମୁଖିଆଙ୍କ ଦ୍ୱାରା ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା | ପରିବାରଲୋକ ସେଠାରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ |

ଯୁବକଙ୍କ ଜଣେ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନର କୌଣସି ଅଧିକାରୀ ଏ ସମ୍ପର୍କରେ ଖବର ନେବା ପାଇଁ ହସ୍ପିଟାଲକୁ ଆସିନାହାନ୍ତି | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ କ୍ଵାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଥିଲା | କିନ୍ତୁ ବିଡ଼ିଓ, ସିଓ କିମ୍ବା ଅନ୍ୟ କୌଣସି ଅଧିକାରୀ ଏ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି | ହସ୍ପିଟାଲରେ ଯୁବକଙ୍କ ଚିକିତ୍ସା ଭାବ ଭାବେ ହେଉନାହିଁ ବୋଲି ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି | ତେବେ ଯୁବକ ଜଣକ ପୋଲିସକୁ ବୟାନ ଦେଇଛନ୍ତି ଯେ, ସେ ବିରକ୍ତ ହୋଇ ନିଜକୁ ଜାଳି ଦେବାକୁ ଚେଷ୍ଟା କରିଥିଲେ |

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଯୁବକଙ୍କ ଶ୍ୱଶୁରଙ୍କ ଦେହାନ୍ତ ହୋଇଥିଲା | କିନ୍ତୁ ଲକଡାଉନ ଯୋଗୁଁ ସେ ଶ୍ୱଶୁର ଘରକୁ ଆସିପାରିନଥିଲେ | ବଡ କଷ୍ଟରେ ୧୯୦୦ କିଲୋମିଟର ବାଇକ ଚଲାଇ ସେ ନିଜ ଶ୍ୱଶୁର ଘର ଗାଁରେ ପହଞ୍ଚିଥିଲେ | କିନ୍ତୁ ଗାଁରେ ପହଞ୍ଚୁ ପହଞ୍ଚୁ ତାଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରରେ ରହିବାକୁ କୁହାଯାଇଥିଲା | ଗ୍ରାମବାସୀଙ୍କ କଥା ମାନି ସେ କ୍ଵାରେଣ୍ଟାଇନ ସେଣ୍ଟରରେ ରହିଲେ | କିନ୍ତୁ ସେଠାରେ ସେମିତି କିଛି ସୁବିଧା ନଥିଲା | କ୍ଵାରେଣ୍ଟାଇନ ସେଣ୍ଟରରେ ତାଙ୍କୁ ତଳେ ବିଛଣା ପକାଇ ଶୋଇବାକୁ ପଡୁଥିଲା | ଆହୁରି ଅନ୍ୟ କିଛି ସମସ୍ୟା ମଧ୍ୟ ଥିଲା ଯେଉଁଥିପାଇଁ ସେ ବିରକ୍ତ ହୋଇଥିଲେ | ଫଳରେ ଗତ ରାତିରେ ସେ ରାଗିଯାଇ ନିଜକୁ ନିଆଁ ଲଗାଇ ଦେଇଥିଲେ |

ଯେହେତୁ ତାଙ୍କ ଶରୀରର ୮୦ ପ୍ରତିଶତ ଅଂଶ ଜାଳି ଯାଇଛି ଯୁବକଙ୍କ ବଞ୍ଚିବା ଆଶା କମ ବୋଲି ଡାକ୍ତର କହିଛନ୍ତି | ତେବେ କ୍ଵାରେଣ୍ଟାଇନ ସେଣ୍ଟରରେ ସରକାର ଓ ପ୍ରଶାସନର ବ୍ୟବସ୍ଥା ଉପରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି |

   Related Posts