Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୨୬ ବର୍ଷ ତଳେ ସମୁଦ୍ର କୂଳରେ ହଜିଥିଲା ପର୍ସ, ଏବେ ଫେରିପାଇବା ପରେ ଖୁସିରେ ଝୁମିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

22/11/2020 at 3:55 PM

ଭୁବନେଶ୍ବର ୨୨/୧୧: ଦୁନିଆରେ ବିଭିନ୍ନ ସମୟରେ ନୂଆ ନୂଆ ଘଟଣା ଘଟେ। ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହୁଏ। କିନ୍ତୁ ହଜିଥିବା ପର୍ସ ୨୬ ବର୍ଷ ପରେ ମିଳିବା ହୁଏତ ପ୍ରଥମ। ହଁ ଆଜ୍ଞା ଏମିତି ଏକ ଖବର ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ଜଣେ ଅଷ୍ଟେ୍ରଲିଆର ବ୍ୟକ୍ତି ୨୬ ବର୍ଷ ପୂର୍ବେ ସମୁଦ୍ର କୂଳରେ ବନ୍ଧୁମାନଙ୍କ ସହ ନୂଆବର୍ଷ ପାଳନ କରୁଥିଲେ। କିନ୍ତୁ ସେତେବେଳେ ଅନ୍ୟମନସ୍କ ଯୋଗୁ ତାଙ୍କ ଓ୍ବାଲେଟ୍‌ଟି ହଜିଯାଇଥିଲା। ଏବେ ୨୬ ବର୍ଷ ପରେ ସେହି ପର୍ସ ତାଙ୍କୁ ପୁଣି ମିଳିଯାଇଛି।

ମିଳିଥିବା ସୂଚନା ଅନୁସାରେ  ନ୍ୟୁ ସାଉଥ୍‌ ଓେଲ୍ସର ଲୋନୋକ୍ସ ହେଡ୍‌ ସ୍ଥିତି ସମୂଦ୍ର କୂଳରେ ଜଣେ ବ୍ୟକ୍ତିଙ୍କୁ ଏହି ପର୍ସ ମିଳିଥିଲା। ତାପରେ ବ୍ୟକ୍ତି ଜଣଙ୍କ ଏହି ପର୍ସ ବାବଦରେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଫେସ୍‌ବୁକରେ ପର୍ସ ଫଟୋ ପୋଷ୍ଟ କରିବା ସହ ବ୍ୟକ୍ତି ଜଣଙ୍କ ଲେଖିଥିଲେ, ‘୯୫ରୁ ସମସ୍ତ କାର୍ଡ ଏକ୍ସପାଏର ହୋଇଯାଇଛି କିନ୍ତୁ ଏବେ ବି ୫ ଟଙ୍କା ଅଛି।’ପୋଷ୍ଟ ଦେଖିବା ପରେ ଜଣେ ମହିଳା ଜୋଡି ଡେଭିସ୍‌ ପର୍ସର ମାଲିକଙ୍କୁ ଜାଣିପାରିଥିଲେ।

ପରେ ମହିଳା ଜଣଙ୍କ ଏହି ପୋଷ୍ଟର ଏକ ସ୍କ୍ରିନ୍‌ସଟ୍‌ ଓ୍ବାଲେଟ୍‌ର ଅସଲି ମାଲିକଙ୍କ ପାଖକୁ ପଠାଇଥିଲେ। ଏହା ପରେ ପର୍ସର ମାଲିକ ପଲ୍ ଡେଭିସ୍‌ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥିଲେ। ବ୍ୟକ୍ତି ଜଣଙ୍କ ପଲ୍‌ଙ୍କୁ ପର୍ସ ଫେରାଇ ଦେଇଥିଲେ। ୨୬ ବର୍ଷ ପରେ ନିଜର ପର୍ସ ପାଇ ବେଶ ଖୁସି ହୋଇଥିଲେ ପଲ୍‌। ଯଦିଓ ସେଥିରେ ଥିବା ସବୁକିଛି ଡକ୍ୟୁମେଣ୍ଟ ଅକାମୀ ହୋଇସାରିଛି କିନ୍ତୁ ସ୍ମୃତି ତାଜା ହୋଇଥିବା ପଲ୍‌ କହିଛନ୍ତି। ତେବେ ଏନେଇ ସୋସିଆଲ୍‌ ମିଡିଆ ରେପୋଷ୍ଟ କରି ଉକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ପଲ୍‌ ଡେଭିସ୍‌।

   Related Posts