ବେଙ୍ଗାଲୁରୁ କାମ ପାଇଁ କହି ନିଆଳିରେ ଆସି ପହଞ୍ଚିଗଲେ ଆସାମ ଯୁବକ, ଅଟାକଳ ମାଲିକଙ୍କ ପ୍ରୟାସରେ ଫେରିଲେ ନିଜ ଗାଁ

Published By : Prameya-News7 Bureau | October 07, 2021 IST

ନିଆଳି, ୦୭/୧୦: ଆସାମରୁ ବାଙ୍ଗାଲୋର କାମ କରିବାକୁ ଯିବା ସମୟରେ ମାନସିକ ଭାରସାମ୍ୟ ହରାଇ ନିଖୋଜ ହୋଇଥିବା ଜଣେ ଯୁବକକୁ ଉଦ୍ଧାର କରି ଗୁରବାର ଦିନ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଓଲଟପୁର ଥାନା ଅଂଚଳର ଜଣେ ବ୍ୟକ୍ତି। ସୂଚନା ଅନୁଯାୟୀ, ଆସାମ ବାସ୍କା ଜିଲ୍ଲା ସିମଲା ପୋଲିସ ଷ୍ଟେସନ କୋକଲାବାରୀ ଗାଁର ସିଯୋୟା ବସମତ୍‌ରାୟ ୪୦ ବର୍ଷିୟ ଯୁବକ ଗତ ୨୧ ତାରିଖ ଅଗଷ୍ଟ ମାସଠୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ବାଙ୍ଗାଲୋର କାମ କରିବାକୁ ଯାଇଛି କହି ସେ ଘରୁ ପଳାଇ ଆସିଥିଲେ ମାତ୍ର ମାନସିକ ସନ୍ତୁଳନ ହରାଇ ସେ ଓଡିଶାରେ ପହଂଚି ଯାଇଥିଲା ।

ପାଦରେ ଚାଲି ଚାଲି ବିଭିନ୍ନ ସ୍ଥାନ ବୁଲିବା ପରେ ଓଲଟପୁର ଥାନା ବାଗଲପୁର ଛକରେ ଆସି ପହଂଚିଥିଲା । ପରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଖଣ୍ଡିଆରିପୁର କୁନଫ୍ରେସ ଅଟା କଳରେ ଛାଡି ଦେଇଥିଲେ ସେଠାରେ ଯୁବକ ଜଣକ ଖାଇପିଇ ରହିବାପରେ, ନିଜର ଠିକଣା ସମ୍ପର୍କରେ ଜଣାଇଥିଲେ । ସେହି ଠିକଣାରେ ଏକ ଚିଠି ପଠାଯିବା ପରେ ତାଙ୍କ ଭାଇ ଓ ଭିଣୋଇ ବୁଧବାର ଦିନ ଭୁବନେଶ୍ବର । ରେଳଷ୍ଟେସନରେ ପହଁଚି ଚିଠିରେ ଥିବା ଠିକଣା ଓ ଫୋନ ନମ୍ବର ମାଧ୍ୟମରେ ଖଣ୍ଡିଆରିପୁର ପହଂଚି ସିଯୋୟେଙ୍କୁ ପାଇ ଖୁସି ହୋଇଯାଇଥିଲେ ।

ତେବେ ଏଥି ନିମନ୍ତେ କୁନଫ୍ରେସ ଅଟା କଳ ମାଲିକ ଓ କର୍ମଚାରୀମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ । ଦୀର୍ଘ ଦେଢ ମାସ ଧରି ତାଙ୍କ ଭାଇକୁ ଭଲରେ ରଖି ଥିବାରୁ ଯୁବକଙ୍କ ବଡ ଭାଇ ଅଜୋ ବସମତ୍‌ରାୟ ଓ ଭିଣୋଇ ଚନ୍ଦ୍ରକା ସାଧୁବାଦ ଜଣାଇଥିଲେ। ସେମାନେ ସିଯୋୟକୁ ନେଇ ଆସାମର  ନିଜ ଗାଁକୁ  ଫେରି ଯାଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.