Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଘରକୁ ଫେରିଲେ ଯୁବକ, ଗାଁରେ ଖୁସିର ମାହୋଲ

19/09/2020 at 2:56 PM

ଭୋପାଲ ୧୯/୦୯ : ମଧ୍ୟ ପ୍ରଦେଶ ରିବା ନଇଗଢି ଥାନା ଅନ୍ତର୍ଗତ ଛନ୍ଦହଇ ଗାଁର ଯୁବକ ଅନିଲ ସାକେତ ପାକିସ୍ତାନ ଲାହୋର ଜେଲରୁ ମୁକ୍ତ ହୋଇ ନିଜ ଘରକୁ ଫେରିଛନ୍ତି । ସେ ଘରକୁ ଫେରିବା ପରେ ଗାଁରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ପୁଅ ଘରକୁ ଫେରିବାରୁ ମା ଆଳତି କରି ତାଙ୍କୁ ସ୍ୱାଗତ କରିଥିଲେ । ଯୁବକଙ୍କ ଜେଜେବାପା ତାଙ୍କୁ ଗୋଡ ଛୁଇଁ ତାଙ୍କୁ ସ୍ୱାଗତ କରିଥିଲେ । ଗାଁଲୋକେ ଢୋଲ ମୃଦଙ୍ଗ ବଜାଇ ତାଙ୍କୁ ସ୍ୱାଗତ କରିଥିଲେ । ଅନିଲ ଗୋଡ ଛୁଇଁ ଘରଲୋକଙ୍କ ଆଶୀର୍ବାଦ ନେଇଥିଲେ । ପରିବାର ଓ ଅନିଲ ପ୍ସରସ୍ପରକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ । ପରିବାର ଲୋକେ ଅନିଲଙ୍କ ଜୀବିତ ଥିବା ଆଶା ମଧ୍ୟ ଛାଡିଦେଇଥିଲେ ।

ଜିଲ୍ଲା ମୁଖ୍ୟାଳୟରୁ ୮୦ କିଲୋମିଟର ଦୂରରେ ଥିବା ଛନ୍ଦହଇ ଗାଁର ଅନିଲ ୫ ବର୍ଷ ପୂର୍ବରୁ ୨୦୧୫ ମସିହାରେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ତାଙ୍କ ନିଖୋଜ ମାମଲା ଦାଏର କରିଥିଲେ । କିନ୍ତୁ ତାଙ୍କର କୌଣସି ପତା ମିଳିନଥିଲା । ପୁଅର କୌଣସି ପତା ନ ପାଇ ପରିବାର ଲୋକେ ନିରାଶ ହୋଇଯାଇଥିଲେ । ୨୦୧୯ ମସିହାରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ଅନିଲ ସାକେତଙ୍କ ତଥ୍ୟ ମାଗିଥିଲେ । ସେତେବେଳେ ଜଣାପଡିଥିଲା ଯେ ସେ ଜୀବିତ ଅଛନ୍ତି ଓ ପାକିସ୍ତାନ ଲାହୋର ଜେଲରେ ବନ୍ଦ ଅଛନ୍ତି ।

ପୁଅ ଜୀବିତ ଥିବା କଥା ଜାଣି ପରିବାରଲୋକେ ବହୁତ ଖୁସି ହୋଇଥିଲେ । ଏହାପରେ ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ ହୋଇଥିଲା । ସ୍ଥାନୀୟ ସାଂସଦ ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଉଠାଇଥିଲେ । ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଅନିଲଙ୍କ ସମେତ ଜେଲରେ ବନ୍ଦୀ ଥିବା ପାଖାପାଖି ୧୧୧ କଏଦୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଥିଲେ ।

ତେବେ ଅନିଲ ସାକେତ ପାକିସ୍ତାନ କିପରି ପହଞ୍ଚିଥିଲେ ତାହା କେହି ବି ଜାଣିନାହାନ୍ତି । ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ସେଥିପାଇଁ ସେ ସୀମା ପାର କରି ପାକିସ୍ତାନରେ ପହଞ୍ଚି ଯାଇଥିବା ସନ୍ଦେହ କରାଯାଉଛି । ଅନିଲ ନିଖୋଜ ହେବା ପୂର୍ବରୁ ବିବାହ କରି ସାରିଥିଲେ । ତାଙ୍କ ପତ୍ନୀ ୩ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରି ଶେଷରେ ନିଜ ଘରକୁ ଫେରି ଯାଇଥିଲେ । ଫଳରେ ତାଙ୍କ ଘରଲୋକ ତାଙ୍କର ଅନ୍ୟତ୍ର ବିବାହ କରି ଦେଇଥିଲେ ।

   Related Posts