Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||

ମଜୁରୀ ଖଟିବାକୁ ଆରବ ଦେଶକୁ ଯାଇଥିଲେ, ବେଆଇନ ରହଣୀ ପାଇଁ ୧ କୋଟି ଟଙ୍କା ଜରିମାନା କରିଥିଲେ ୟୁଏଇ ସରକାର, ୧୩ ବର୍ଷ ପରେ ବିନା ଜରିମାନାରେ ପାଇଲେ ମୁକ୍ତି

16/09/2020 at 4:45 PM

ନୂଆଦିଲ୍ଲୀ,୧୬|୦୯: ୟୁଏଇରେ ରହୁଥିବା ଜଣେ ୪୭ ବର୍ଷୀୟ ଭାରତୀୟ ଦୀର୍ଘ ୧୩ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ବିନା କୌଣସି କାଗଜପତ୍ର ଏବଂ ଦସ୍ତାବିଜରେ ୟୁଏଇରେ ରହୁଥିଲେ । ତେବେ ସେ ସେଠାରେ ପ୍ରାୟ ୧ କୋଟି ଟଙ୍କା ଫାଇନ୍ ଦେବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।  ବିନା କାଗଜ ପତ୍ରରେ ଥିବାରୁ ତାଙ୍କୁ ଏହି ଫାଇନ୍ ଦେବାକୁ ପଡିଥାନ୍ତା । ତେବେ ଏହାକୁ ଛାଡ୍ କରିଛନ୍ତି ୟୁଏଇ ସରକାର ।

ଏହି ଭାରତୀୟ ଜଣଙ୍କ ହେଲେ ପୋଥୁଗୁଣ୍ଡା ମେଡି । ସେ ତେଲେଙ୍ଗାନାର ଜଣେ ପ୍ରବାସୀ ଶ୍ରମିକ । ତେବେ ସେ ୨୦୦୭ରେ ୟୁଏଇ ଚାଲି ଯାଇଥିଲେ । ଯେଉଁ ଏଜେଣ୍ଟ ତାଙ୍କୁ ୟୁଏଇ ଆଣିଥିଲେ ସେ ତାଙ୍କର ପାସପୋର୍ଟ ନେଇ ଯାଇଥିଲେ । ତେବେ ପୋଥୁଗୁଣ୍ଡା ଭାରତ ଫେରିବା ନେଇ ବାରମ୍ବାର ଭାରତୀୟ ଦୂତାବାସର ସହଯୋଗ ଲୋଡିଥିଲେ ।

ୟୁଏଇରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଜିତେନ୍ଦ୍ର ନେଗି କହିଛନ୍ତି ଯେ, ପୋଥୁଗୁଣ୍ଡା ତାଙ୍କ ପାଖକୁ ଆସିଥିଲେ । କରୋନା ପାଇଁ ସେ ଚାକିରୀ ହରାଇଥିବା କହିଥିଲେ । ସୂଚନାଯୋଗ୍ୟ, ୟୁଏଇରେ ୮୦୦୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୯୯ଜଣ ପ୍ରାଣ ହରାଇଛନ୍ତି ।

   Related Posts