Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅବସରପ୍ରାପ୍ତ ସୁବେଦାରଙ୍କ ମାନବିକତା, ଫେରାଇଲେ ମହିଳାଙ୍କ ସୁନାଗହଣା ଓ ଟଙ୍କା ଭର୍ତ୍ତି ବ୍ୟାଗ୍

25/06/2021 at 5:34 PM

ସାଲେପୁର ୨୫।୬: ଅବସରପ୍ରାପ୍ତ ସୁବେଦାରଙ୍କ ମହାନତା । ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇ ଫେରାଇଲେ । ସେହି ମହାନ ବ୍ୟକ୍ତି ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ମାଛୁଆତି ଗାଁର ଅବସରପ୍ରାପ୍ତ ସୁବେଦାର ଧନେଶ୍ବର ସାମଲ।  

ସୂଚନାଯୋଗ୍ୟ ଯେ, ଅବସରପ୍ରାପ୍ତ ସୁବେଦାର ଧନେଶ୍ବର ସାମଲ ବଜାରରୁ ଘରକୁ ଫେରୁଥିବା ବେଳେ ସାଲେପୁର ମାଛୁଆତି ରାସ୍ତା ମଝିରୁ ସେ ଏକ ବ୍ୟାଗ ପାଇଥିଲେ । ଘରକୁ ଆଣି ଦେଖିବା ବେଳକୁ ସେଥିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୧୭ଶହ ଟଙ୍କା ଥିବା ଦେଖିବାକୁ ପାଇଥିଲେ।  ବ୍ୟାଗରେ ଥିବା ଆଧାରକାର୍ଡରୁ ସଂପୃକ୍ତ ଲୋକଙ୍କ ପରିଚୟ ମିଳିଥିଲା ।  ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଖଣ୍ଡସାହି ଗାଁର ରୁବି ମଲ୍ଲିକଙ୍କ ବ୍ୟାଗ ବୋଲି ଜାଣିବାକୁ ପାଇଥିଲେ। ରୁବି ମଲ୍ଲିକ ମାଛୁଆତିରେ ଜଣେ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ।  ଅନ୍ୟମନସ୍କ ହେତୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ବ୍ୟାଗଟି ବାଟରେ ଖସିପଡ଼ିଥିଲା।  ବ୍ୟାଗ୍ ଟି ଫେରିପାଇଥିବାରୁ ସେ ସୁବେଦାରଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ  ।

   Related Posts