ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ

Published By : Prameya-News7 Bureau | November 29, 2021 IST

ଥାନେ ୨୯/୧୧: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଭିତରେ, ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଥିବା ଜଣାପଡିଛି । ତଥାପି, ସେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ । ବର୍ତ୍ତମାନ ତାଙ୍କୁ ଆଇସୋଲେସନରେ ରଖାଯିବା ସହ ଏନେଇ ସତର୍କ ସୂଚନା ଜାରି କରାଯାଇଛି ।

କଲ୍ୟାଣ-ଡୋମ୍ବିଲି ମ୍ୟୁନିସିପାଲିଟି କର୍ପୋରେସନ (କେଡିଏମସି) ଅଧିକାରୀ କହିଛନ୍ତି ଯେ ଏହି ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଥାନେ ଜିଲ୍ଲାର ଡୋମ୍ବଲିକୁ ଫେରିଛନ୍ତି, ତାଙ୍କଠାରେ ଏ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟ ଅଛି କି ନାହିଁ ନିଶ୍ଚିତ ହୋଇନାହିଁ । ଅଧିକାରୀଙ୍କ କହିବାନୁସାରେ, ତାଙ୍କର ନମୁନା ବର୍ତ୍ତମାନ ଜେନୋମ ସିକ୍ୱେନ୍ସି ପାଇଁ ମୁମ୍ବାଇକୁ ପଠାଯିବ । ଯାହା ପରେ ହିଁ ଏହା ଜଣା ପଡ଼ିବ ଯେ ସେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ।

ସୂଚନା ଥାଉକି ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ Covid-19 ର ଏକ ନୂତନ ପ୍ରକାର B.1.1529 ଭାରିଆଣ୍ଟଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ 'ଭାରିଆଣ୍ଟ ଅଫ୍ କନ୍ସର୍ନ' ବୋଲି ଘୋଷଣା କରିଛି । ଏହାର ନାମ ଓମିକ୍ରନ୍ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.