ସ୍ତ୍ରୀକୁ କାମୁଡିଲା ସାର୍କ, ପାଣିକୁ ଡେଇଁ ଲଢିଲା ସ୍ୱାମୀ, ସାର୍କ ମୁହଁରୁ ମୁକୁଳିଥିବା ମହିଳା ଏବେ ଡାକ୍ତରଖାନାରେ

Published By : Prameya-News7 Bureau | August 17, 2020 IST

ସିଡନୀ, ୧୭|୦୮:   ସାର୍କ କବଳରୁ ପତ୍ନୀକୁ ରକ୍ଷା କଲା ସ୍ୱାମୀ । ମୁଥ ମାରି ସାର୍କକୁ କଲା ଆକ୍ରମଣ । ଶେଷରେ ବଞ୍ଚିଗଲା ପତ୍ନୀ । ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଅଷ୍ଟ୍ରେଲିଆ ନ୍ୟୁ ସାଉଥ୍ ଓ୍ୱେଲସର ପୋର୍ଟ ମ୍ୟାକ୍ୱାରୀ ବିଚ୍‌ରେ ଏହି ଘଟଣା ଘଟିଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡର ସୂଚନାନୁସାରେ, ଚାଣ୍ଟେଲେ ଡଲିଙ୍କୁ ୨ରୁ ୩ଟି ସାର୍କ ଆକ୍ରମଣ କରିଥିଲେ । ଏହି ସାର୍କର ଲମ୍ବ ପ୍ରାୟ ୬ରୁ ୧୦ ଫୁଟ୍ ମଧ୍ୟରେ ଥିଲା । ଏପରିକି ଗୋଟିଏ ସାର୍କ ଡଲିଙ୍କ ଡାହାଣ ଗୋଡକୁ କାମୁଡି ଧରିଥିଲା ।

{"id":316219,"width":631,"height":473,"sizeSlug":"large"}

ଏହା ଦେଖି ଡଲିଙ୍କ ସ୍ୱାମୀ ପାଣିକୁ ଡେଇଁଥିଲେ । ଏପରିକି ସାର୍କ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ । ସାର୍କକୁ ପାଲଟା ଆକ୍ରମଣ କରିଥିଲେ । ଏହାପରେ ସେ ଡଲିଙ୍କୁ ଉଦ୍ଧାର କରିଥିଲେ । ଏବେ ଡଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଲଗାତାର ଭାବେ ଏହି ବିଚ୍‌ରେ ସାର୍କଙ୍କୁ ନେଇ ଅଘଟଣ ଘଟୁଛି । ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଦାବି ମଧ୍ୟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.