Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ହୁତ୍‌ହୁତ୍ ଜଳୁଥିଲା କାର, ଦେବଦୂତ ସାଜି ମା’ ଓ ୩ ପିଲାଙ୍କ ଜୀବନ ବଞ୍ଚାଇଦେଲେ ଯୁବକ, ଅକ୍ଷତ ଥିଲା ୨ ମାସର ଶିଶୁ : ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

13/07/2021 at 9:32 PM

ହାଇଦ୍ରାବାଦ ୧୩/୦୭ : ଯାହାକୁ ରଖିବେ ଅନନ୍ତ… । ଏହି ଉକ୍ତି ପିଭିଏନ୍‌ଆର୍‌ ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଥିବା ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିବା ଏକ ପରିବାର ପାଇଁ ବେଶ ଗୁରୁତ୍ବ ବହନ କରୁଛି । ରାସ୍ତାରେ ଯାଉଥିବା ଏକ କାରରେ ହଠାତ୍ ଲାଗିଯାଇଥିଲା ନିଆଁ । ଭିତରେ ଫସି ରହିଥିଲେ ଜଣେ ମହିଳାଙ୍କ ସମେତ ତାଙ୍କର ୩ ଜଣ ଛୁଆ । ସେମାନଙ୍କ ମଧ୍ୟରେ ମାତ୍ର ୨ ମାସର ଶିଶୁଟିଏ ମଧ୍ୟ ଥିଲା । ଗାଡିରେ ହଠାତ ନିଆଁ ଲାଗିଯିବାରୁ କେହି କିଛି ବୁଝି ପାରିନଥିଲେ । ବାହାରକୁ ମଧ୍ୟ ବାହାରି ପାରିନଥିଲେ । କାର ଟି ଏତେ ଜୋରରେ ଜଳୁଥିଲା ଯେ ଭିଡିଓ ଦେଖିବା ପରେ ହିଁ ଅନୁଭବ କରିହେବ ।

ଏତିକି ବେଳେ ରାସ୍ତାରେ ଜି ରବି ନାମକ ଜଣେ ବ୍ୟକ୍ତି ଯାଉଥିଲେ । ରବିଙ୍କର ଆଖି ପଡିଥିଲା ଜଳନ୍ତା କାର ଉପରେ ଏବଂ ଭିତରେ ଫସିରହିଥିଲେ କିଛି ଲୋକ । କିଛି ଚିନ୍ତା କରିବା ଆଗରୁ ରବି ଦେବଦୂତ ସାଜି ସେଠାକୁ ଯାଇ କାର ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଫଳରେ ଜଣେ ୨ ମାସର ଶିଶୁ ସମେତ ୪ ଜଣଙ୍କର ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲା ।

ଘଟଣାଟି ହାଇଦ୍ରାବାଦର ଅତ୍ତାପୁର ନିକଟରେ ଘଟିଛି । ଏସିପି ସଞ୍ଜୟ କୁମାର ଦେବଦୂତ ସାଜି ଆସିଥିବା ଜି ରବିଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହିତ ସାବାସୀ ଦେଇଛନ୍ତି । ନିଜେ ବିପରୀତ ଦିଗରେ କାର ନେଇ ଯାଉଥିବା ବେଳେ ରାସ୍ତାର ଅନ୍ୟପଟେ କାର ଜଳୁଥିବାର ଦେଖିଥିଲେ । ଅଠାତ ତାଙ୍କର ନଜର ପଡିଯାଇଥିଲା କାର ଭିତରେ ଥିବା ଲୋକଙ୍କ ଉପରେ । ସେ କିଛି ଭାବିବା ପୂର୍ବରୁ କାରକୁ ସେହିଠାରେ ରଖି ରାସ୍ତା ପାର କରି ଆସି ଜଳନ୍ତା କାର ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରିଥିଲେ । କାର ଟି କିନ୍ତୁ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ।

Image

ଉଦ୍ଧାର ହୋଇଥିବା ମହିଳାଜଣକ ହେଉଛନ୍ତି ଶୈଳଜା । ସେ ସାମସାହାବାଦରୁ ଜୁବଲୀ ହିଲ ନିକଟସ୍ଥ ଏକ ହସ୍ପିଟାଲକୁ ଯାଉଥିଲେ । ତାଙ୍କ ସହିତ ତାଙ୍କର ପିଲାମାନେ ମଧ୍ୟ ଯାଉଥିଲେ । କାରଟି ଚାଲିଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା ଏବଂ ସେମାନେ ବାହାରକୁ ବାହାରି ପାରିନଥିଲେ । ସେତିକି ବେଳେ ତେଲେଙ୍ଗାନା ରାଜ୍ୟପାଳଙ୍କ କାରକେଡ୍‌ ମଧ୍ୟ ସେହି ରାସ୍ତା ଦେଇ ଯାଉଥିଲା । ମାତ୍ର କିଛି ସମୟ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବା ପରେ ରାଜ୍ୟପାଳ ସେହି ରାସ୍ତାରେ ଯାଇଥିଲେ ।

ଜି ରବିଙ୍କର ଉପସ୍ଥିତ ବୁଦ୍ଧି ଏବଂ ସାହସ ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ୪ ଟି ଜୀବନ ରକ୍ଷା ପାଇଯାଇଛି । ଘଟଣାରେ ଏସିପି ସଞ୍ଜୟ କୁମାର ରବିଙ୍କୁ ଖୁବ ପ୍ରଶଂସା କରିଛନ୍ତି ।  

Image
Image
x

   Related Posts