ଚଳନ୍ତାକାରରେ ଯୁବତୀଙ୍କୁ ଦୁଷ୍କର୍ମ କରି ଫିଙ୍ଗିଦେବା ଘଟଣାରେ ଆସିଲା ଏକ ସାଂଘାତିକ ସତ୍ୟ, ଜାଣନ୍ତୁ କଣ

Published By : Prameya-News7 Bureau | November 11, 2019 IST

ଭୁବନେଶ୍ବର୧୧|୧୧: ଚଳନ୍ତା କାରରେ ଦୁଷ୍କର୍ମ କରି ଖୋର୍ଦ୍ଧା ପିଏମ କଲେଜ ନିକଟରେ ଯୁବତୀଙ୍କୁ ଫିଙ୍ଗି ଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି । ଅଭିଯୋଗକାରିଣୀ ମିଛ କଥା କହିଥିବା ପୋଲିସ ଜାଣିବାକୁ ପାଇବା ପରେ ଅଟକ ରଖିଥିବା ଯୁବକଙ୍କୁ ଆଜି ଛାଡି ଦେଇଛି । ଗତ ୬ତାରିଖ ସଂଧ୍ୟାରେ ଖୋର୍ଦ୍ଧା ପିଏନ କଲେଛ ପଖାରେ ଥିବା ଶ୍ମାଶାନ ନିକଟରୁ ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ସହ ଅଗ୍ନୀଶମ କର୍ମଚାରୀଙ୍କ ସହାୟତାରେ ଖୋର୍ଧା ହସପିଟାଲରେ ଭର୍ତ୍ତି କରିଥିଲେ ।

{"id":182453}

ଖୋର୍ଧା ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାକୁ ଗୁରୁତର ସହ ଗ୍ରହଣ କରିଥିଲା । ଚିକିତ୍ସା ପରେ ଯୁବତୀ ସାମାନ୍ୟ ଭଲ ହେବାପରେ ତାଙ୍କ ବୟାନ ଆଧାରରେ  ମାମଲା ଖଣ୍ଡଗିରି ଥାନକୁ ସ୍ଥାନାନ୍ତର ହୋଇଥିଲା  । ଯୁବତୀଙ୍କ ବୟାନ ଆଧାରରେ ଖଣ୍ଡଗିରି ପୋଲିସ ଖୋର୍ଦ୍ଧାର ଜଣେ ବିବାହିତ ଯୁବକଙ୍କୁ ଅଟକ ରଖିଥିଲା । ତେବେ ଅଟକ ଥିବା ଯୁବକଙ୍କ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା ।

{"id":182456}

 ତାଙ୍କୁ ଫଶାଇବା ଲାଗି ଯୁବତୀ ଏଭଳି କପୋଳ କଳ୍ପିତ ନାଟକ ରଚନା କରିଥିବା ଯୁବକ ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ଯୁବତୀଙ୍କ ୧୬୧ ଏବଂ ୧୬୪ ଧାରାରେ ବୟାନ ରେକର୍ଡ କରିଥିଲା । ତେବେ ବୟାନରେ ତାଳମେଳ ନରିବାରୁ ଯୁବତୀ ମିଛ କହୁଥିବା ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ପୋଲିସ ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ କରିବାପରେ ଯୁବତୀ ମିଛ କହୁଥିବା ଜଣାପଡିଛି । ଫଳରେ ଅଟକ ଥିବା ସଂପୃକ୍ତ ଯୁବକଙ୍କୁ ଛାଡିଦିଆଯାଇଛି ।

{"id":182457}

ଅଟକ ଯୁବକଙ୍କ ସ୍ତ୍ରୀ ଓ ବାପା ଗଣ ମାଧ୍ୟମକୁ କହିଥିଲେ ଯେ, ଅଭିଯୋଗକାରିଣୀ ଏହି ଯୁବକଙ୍କଠାରୁ ୨୦୦୦ଟଙ୍କା ଧାରରେ ନେଇଥିଲେ । ହେଲେ ଦୀର୍ଘଦିନ ଧରି ସେ ଟଙ୍କା ଫେରାଉନଥିଲେ । ଅଚାନକ ଗତ ୬ ତାରିଖରେ ୨୦୦୦ଫେରାଇବା ଲାଗି ଯୁବକଙ୍କୁ ଡାକିଥିଲେ । ତେବେ ସେ ଟଙ୍କା ନଫେରାଇ ନିଜ ପୋଷାକ ପତ୍ର ଚିରି ଚିତ୍କାର କରିଥିଲେ । ଜଣେ ଯୁବତୀଙ୍କ ଏଭଳି ଆଚରଣରେ ଭୟଭୀତ ହୋଇ ଯୁବକ ତାଙ୍କୁ ଛାଡି ଦୃତ ଗତିରେ ଚାଲିଯାଇଥିଲେ ।

{"id":182458}

 ସାମାନ୍ୟ ୨୦୦୦ଟଙ୍କା ପାଇଁ  ଯୁବକଙ୍କୁ ଫଶାଇବାକୁ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଯୁବତୀ ଅତୀତରେ ମଧ୍ୟ ଏଭଳି କାମ କରିଥିବା ଜଣାପଡିଛି । ଜଣେ ବିଧାୟକଙ୍କ ପତ୍ନୀ ବୋଲି ଦାବୀ କରି ଏହି ଯୁବତୀ କିଛିଦିନ ତଳେ ବିଧାୟକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ଡ୍ରାମା କରିଥିଲେ । ପୋଲିସ ତାଙ୍କୁ ସେଠାରୁ ହଟାଇଥିଲା ।

{"id":182459}

ଏହି ଘଟଣାରେ ଆରୋପ ଏବଂ ପ୍ରତ୍ୟାରୋପ ଯୋଗୁଁ ପୋଲିସ ପାଇଁ ଚ୍ୟାଲେଞ୍ଜ ବଢିଥିଲା । କିନ୍ତୁ ଡାକ୍ତରି ରିପୋର୍ଟ ଏବଂ ବିଭିନ୍ନ ଦିଗ ନେଇ ଛାନଭିନ୍‌ ପରେ ସତ୍ୟ ଉନ୍ମୋଚନ  ହୋଇଛି । ତେବେ ଏଭଳି ମିଛ ଅଭିଯୋଗ କରିଥିବା ଯୁବତୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.