ଟିକା ନେଇନାହାନ୍ତି କିନ୍ତୁ ମେସେଜ୍‌ ଆସିଲା successfully vaccinated, କେବଳ ଆଧାର କାର୍ଡ ଦେଇଥିଲେ, ଫୋଡିନାହାନ୍ତି ଇଞ୍ଜେକସନ୍

Published By : Prameya-News7 Bureau | July 05, 2021 IST

ଚଣ୍ଡିଖୋଲ ୫।୭: କୋଭିଡ୍ ଟିକାକୁ ନେଇ ଦ୍ଵନ୍ଦ୍ବ । ଜଣେ ବ୍ୟକ୍ତି ଟିକା ନ ନେଇ ତାଙ୍କ ପାଖକୁ ଆସିଛି ମେସେଜ । ଟିକାର ପ୍ରଥମ ଡୋଜ ନେଇଥିବା ମୋବାଇଲକୁ ମେସେଜ ଆସିବା ସହ ପ୍ରମାଣପତ୍ର ମଧ୍ୟ ଆସିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ପଞ୍ଚାୟତ ଗୋପାଳପୁର ଗାଁରେ ।

{"id":475900,"width":748,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗାଁର ମନୋଜ କୁମାର ବେହେରା ପ୍ରଥମ ଡୋଜ ଟିକା ନେବା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଜ ଆଧାର କାର୍ଡ ଦେଇଥିଲେ । ହେଲେ କୌଣସି କାରଣରୁ ସେ ଟିକା ନେଇପାରି ନଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲକୁ ପ୍ରଥମ ଡୋଜ ଟିକା ସଫଳ ହୋଇଥିବା ନେଇ ସୂଚନା ଆସିଥିଲା । ଏହାପରେ ଦ୍ବିତୀୟ ଡୋଜ୍ ନେବା ପାଇଁ ମଧ୍ୟ ମେସେଜ ଆସିଛି ।

{"id":475901,"width":747,"height":411,"sizeSlug":"large","linkDestination":"none"}

ହେଲେ ଟିକା ନନେଇ ମଧ୍ୟ କିଭଳି ସୂଚନା ଆସିଛି ତାହା ଟିକାକରଣର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାପରେ ମନୋଜ ନିଜ ପ୍ରମାଣ ପତ୍ରକୁ ନେଇ ଧର୍ମଶାଳା ମେଡିକାଲ ଅଧିକାରୀଙ୍କୁ ଜଣାଇଥିବା ବେଳେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.