Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

‘ଦୟା କରି ଲାଠି ଚାର୍ଜ କରନ୍ତୁ ନାହିଁ, ମାଙ୍କ ଔଷଧ ନେବାକୁ ଯାଉଛି’… ପୋଲିସ୍ ଭୟରେ କାଗଜର ଲେଖାକୁ ବାଇକରେ ଲଗାଇ ହରିଦ୍ଵାର ପହଞ୍ଚିଲେ ଯୁବକ

5/04/2020 at 8:12 PM

ନୂଆଦିଲ୍ଲୀ ୦୫।୦୪: ଉତ୍ତର ପ୍ରଦେଶର ସହାରନପୁରରେ ଲକଡାଉନ ମଧ୍ୟରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକ ପୋଲିସ୍ ଭୟରେ ନିଜର ସ୍କୁଟିରେ କାଗଜର  ଲେଖାକୁ ଲଗେଇ ରଖିଛନ୍ତି, ଯାହା ଉପରେ ଲେଖା ହୋଇଛି ଯେ, ଦୟା କରି ଲାଠିଚାର୍ଜ କରନ୍ତୁ ନାହିଁ, ମାର ଔଷଧ ନେବାକୁ ଯାଉଛି। ପୋଲିସର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଯୁବକଙ୍କ ଏହି ଅଭିନବ ପ୍ରୟାସ କାମରେ ଲାଗିଛି ଏବଂ ସେ ନିଜର ମାଙ୍କ ଲାଗି ଔଷଧ ନେଇ ସକୁଶଳେ ଘରେ ପହଞ୍ଚି ଯାଇଛନ୍ତି। ଏମିତି କାମ ପରେ ଯୁବକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି।

ଲକଡାଉନ ସମୟରେ ସହାରନପୁରର ଲକ୍ସର ନିବାସୀ ଅନିଲ ଗୁପ୍ତା ନିଜର ମାଙ୍କ ଔଷଧ ଆଣିବାକୁ ହରିଦ୍ଵାର ଯିବାର ଥିଲା। ମାତ୍ର ବର୍ଡର ସିଲ୍ ଥିବା କାରଣରୁ ଔଷଧ ଆଣିବା ସମ୍ଭବ ହୋଇ ପାରୁନଥିଲା। ଏହା ପରେ ଯୁବକ ଜଣକ ହରିଦ୍ଵାରା ଡିଏମ କାର୍ଯ୍ୟାଳୟ ଫୋନ କରି ମାଙ୍କ ଔଷଧ ଶେଷ ହୋଇ ଯାଇଛି ଏବଂ ଔଷଧ ଆଣିବାକୁ ସହର ଯିବାକୁ ପଡିବ ବୋଲି କହିଥିଲେ, ମାତ୍ର ପୋଲିସ୍ ବର୍ଡର ଅତିକ୍ରମ କରୁଥିବା ଲୋକଙ୍କ ଲାଠିଚାର୍ଜ କରୁଛି। ତେଣୁ ଏମିତି ସ୍ଥିତିରେ କଣ କରାଯିବ।

ଡିଏମ କାର୍ଯ୍ୟାଳୟ ଯୁବକଙ୍କୁ ପରାମର୍ଶ ଦେଇଥିଲେ ଯେ, ଗୋଟିଏ କାଗଜରେ ଲେଖନ୍ତୁ, ଲାଠି ଚାର୍ଜ କରନ୍ତୁ ନାହିଁ, ମାଙ୍କ ଔଷଧ ନେବାକୁ ଯାଉଛି। ଡିଏମଙ୍କ ପରାମର୍ଶ କ୍ରମେ ଯୁବକ ଏହି ପନ୍ଥା ଆପଣେଇଥିଲେ ଏବଂ କାଗଜରେ ଏହା ଲେଖି ବାଇକରେ ମାରି ଦେଇଥିଲେ। ଏହା ପରେ ଡେରାଡୁନ ରୋଡ୍ ସ୍ଥିତ ଏକ ଚିକିତ୍ସକଙ୍କ ପାଖକୁ ପହଞ୍ଚିଥିଲେ। ଯୁବକଙ୍କ କହିବା କଥା ଏମିତି କରିବା ଦ୍ଵାରା ପୋଲିସ ତାଙ୍କୁ ଅଟକାଇ ନଥିଲେ ବରଂ ମାଙ୍କ ଔଷଧ ନେବାରେ ସାହାଯ୍ୟ କରିଥିଲେ।

   Related Posts