କୁକୁର ଛୁଆ ସହ କରୁଥିଲା ଦୁଷ୍କର୍ମ : ଭିଡିଓ ଭାଇରାଲ୍

Published By : Prameya-News7 Bureau | March 17, 2019 IST

ଚେନ୍ନାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିକୁ କୁକୁର ସହ ଦୁ​ଷ୍କର୍ମ କରୁଥିବାର ଦେଖାଦେଇଛି। ଏହାର ମୂକସାକ୍ଷୀ ହେଲେ ଜଣେ ମହିଳା। ଏହି ଘଟଣାର ସିସି ଟିଭି ଫୁଟେଜ ମଧ୍ୟ ସାମନାକୁ ଆସିଛି।

ଇଲା ଓ୍ବାରସୀ ନାମକ ଜଣେ ମହିଳା ନିଜ ଘର ସାମନାରେ ଖାଲି ପଡ଼ିଥିବା ଏକ ପଡ଼ିଆରେ ବୁଲା କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଇଥାଆନ୍ତି। ତାଙ୍କ କହିବାନୁସାରେ ୧୫ଦିନ ହେଲା ଜନ୍ମ ହୋଇଥିବା କୁକୁର ଛୁଆଙ୍କ ସହ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି। ଏଥିପାଇଁ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମହିଳାଙ୍କ କହିବାନୁସାରେ ତାଙ୍କ ଘର ସାମନାରେ ଏକ ଖୋଲା ପଡ଼ିଆ ରହିଛି ଏବଂ ସେଠାରେ ଏକ କୁକୁର ୧୫ ଦିନ ପୂର୍ବରୁ ଛୁଆ ଜନ୍ମ କରିଥିଲା। ସେ ସେମାନଙ୍କୁ ପ୍ରତିଦିନ ଖାଇବାକୁ ଦେଇଥାଆନ୍ତି। ସେ ଦେଖିଲେ ଜଣେ ବ୍ୟକ୍ତି କୁକୁର ଛୁଆ ଆଡ଼କୁ ଆଗେଇ ତାଙ୍କୁ ଧରିଥିଲା। ସେ ଏହା ଦେଖି ଖୁସି ହୋଇଯାଇଥିଲେ ଯେ କୁକୁର ଛୁଆଗୁଡ଼ିକର ଯତ୍ନ ନେବା ପାଇଁ କେହି ତାଙ୍କୁ ନେଇ ଯାଉଛି। ଏହା ପରେ ସେ ଦେଖିଲେ ଯେ ବ୍ୟକ୍ତି ଜଣକ  ନିଜ ପ୍ୟାଣ୍ଟର ଚେନର ଖୋଲୁଛି।  

ଏହାପରେ ସେ କୁକୁର ଛୁଆଙ୍କୁ ଗୋଟିଏ ପରେ ଗୋଟିଏ ଉଠାଇଥିଲା ଏବଂ ତାଙ୍କ ମୁହଁରେ ଚୁମ୍ବନ କରିଥିଲା । ତା’ପରେ ବସିଯାଇ କୁକୁର ଛୁଆଙ୍କୁ ତା’ ପ୍ୟାଣ୍ଟ ଭିତରେ ପୂରାଇ ଥିଲା। ମହିଳା ଜଣକ ବ୍ୟକ୍ତିକୁ କାବୁ କରିବା ପାଇଁ ଦଉଡ଼ି ଯାଇଥିଲେ କିନ୍ତୁ ବ୍ୟକ୍ତିଜଣକ ଫେରାର ହୋଇଯାଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.