ମୋଦିଙ୍କୁ ଭୋଟ ଦେବା ପାଇଁ ଅଷ୍ଟ୍ରେଲିଆରୁ ଚାକିରୀ ଛାଡି ପଳାଇ ଆସିଲେ ଯୁବକ

Published By : Prameya-News7 Bureau | April 14, 2019 IST

ନୂଆଦିଲ୍ଲୀ ୧୪/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି | ମୋଦି ପ୍ରଶଂସକ କେବଳ ଦେଶରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଅଛନ୍ତି | ମୋଦିଙ୍କ ଏମିତି ଜଣେ ପ୍ରଶଂସକ ଅଷ୍ଟ୍ରେଲିଆରେ ଅଛନ୍ତି ଯିଏ ମୋଦିଙ୍କୁ ଭୋଟ ଦେବା ପାଇଁ ଚାକିରୀ ଛାଡି ଆସିଛନ୍ତି | ଯୁବକ ଜଣକ ଅଷ୍ଟ୍ରେଲିଆରେ ଏକ ଭଲ ଚାକିରୀ କରୁଥିଲେ | ଭୋଟ ଦିନ ସେ ଛୁଟି ମାଗିଥିଲେ | କିନ୍ତୁ ଛୁଟି ନ ମିଳିବାରୁ ସେ ଚାକିରୀ ଛାଡ଼ିଦେବା ଉଚିତ ବୋଲି ଭାବିଥିଲେ | ସେ ଚାହୁଁଛନ୍ତି ଯେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ |


ଇଂରାଜୀ ୱେବସାଇଟ ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଶୁଙ୍ଘିନ୍ଦ୍ର ହେଵର ସିଡନୀ ବିମାନବନ୍ଦରରେ ସ୍କ୍ରିନିଙ୍ଗ ଅଫିସର ଭାବେ କାମ କରନ୍ତି | ଯେହେତୁ ସେ ଭାରତୀୟ ନାଗରିକ, ଭୋଟ ଦିନ ସେ ଭୋଟ ଦେବା ପାଇଁ ଭାରତକୁ ଆସିବେ ବୋଲି କମ୍ପାନୀ କର୍ତୃପକ୍ଷଙ୍କୁ ଛୁଟି ମାଗିଥିଲେ | କିନ୍ତୁ ତାଙ୍କୁ ଛୁଟି ମିଳିନଥିଲା | ଏଥିରେ ମର୍ମାହତ ହୋଇ ସେ ଚାକିରୀ ଛାଡିଦେଲେ |

{"id":103470}


ସେ କହିଛନ୍ତି ଯେ, ତାଙ୍କୁ ଏପ୍ରିଲ ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଛୁଟି ମିଳିଥିଲା | କିନ୍ତୁ ଭୋଟ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମିଳିନଥିଲା | ସେ ଏହି ଅବଧିକୁ ଆଉ ବଢ଼ାଇ ପାରିନଥିଲେ | କାରଣ ଇଷ୍ଟର ଏବଂ ରମଜାନ ପାଇଁ ବିମାନବନ୍ଦରରେ ବହୁତ ଭିଡ ହେଉଛି | ଯେଉଁଥିପାଇଁ ତାଙ୍କୁ ନିଜ କାମରୁ ଛୁଟି ମିଳିନଥିଲା | ସେଥିପାଇଁ ସେ ଇସ୍ତଫା ଦେଇ ନିଜ ଦେଶକୁ ଫେରି ଆସିଛନ୍ତି |


ସେ କହିଛନ୍ତି ଯେ, ବିମାନବନ୍ଦରରେ ସେ ଦୁନିଆର ଅନେକ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି | ଏମାନଙ୍କ ମଧ୍ୟରେ ଭାରତୀୟ ଏବଂ ପାକିସ୍ତାନୀ ମଧ୍ୟ ଥାଆନ୍ତି | ଭାରତର ଭବିଷ୍ୟତ ବହୁତ ସୁଦୃଢ ବୋଲି ଯେତେବେଳେ ଲୋକେ କୁହନ୍ତି ସେତେବେଳେ ସେ ବହୁତ ଗର୍ବ ଅନୁଭବ କରନ୍ତି | ବିଗତ କିଛି ବର୍ଷ ମଧ୍ୟରେ ଭାରତର ପ୍ରତିଷ୍ଠା ବହୁତ ଉଚ୍ଚ ସ୍ଥରକୁ ଯାଇଛି | ଭାରତର ଉନ୍ନତି ଏବଂ ସଫଳତାର ଶ୍ରେୟ ସେ ମୋଦିଙ୍କୁ ଦେଇଛନ୍ତି |

{"id":103471,"width":576,"height":432}


ସେ ଅଷ୍ଟ୍ରେଲିଆରେ ପୂର୍ବରୁ ରେଲୱେ ବିଭାଗରେ ମଧ୍ୟ ଚାକିରୀ କରିଛନ୍ତି | ସେ ସେଠାକାର ପରମାନେଣ୍ଟ ରେସିଡେଣ୍ଟ କାର୍ଡ ହୋଲଡ଼ର | ସେଥିପାଇଁ ତାଙ୍କୁ ସେଠାରେ ଅନ୍ୟ ଚାକିରୀ ଖୋଜିବାକୁ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି | ୨୦୧୪ ଲୋକସଭା ନିର୍ବାଚନ ସମୟରେ ସେ ଭାରତକୁ ଆସି ଭୋଟ ଦେଇ ପୁଣି ସିଡନୀ ଫେରି ଯାଇଥିଲେ | ଏଥର ସେ ନିର୍ବାଚନ ଫଳାଫଳ ଆସିବା ପାରେ ସିଡନୀ ଯିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.