ସ୍ତ୍ରୀକୁ ଛାଡ଼ି ଭାଉଜ ପ୍ରେମରେ ପଡ଼ିଥିବା ଯୁବକକୁ ମଜା ଚଖାଇଲା ପୋଲିସ

Published By : Prameya-News7 Bureau | December 26, 2018 IST

ବକ୍ସର ୨୬/୧୨- ଓଡ଼ିଆରେ ଗୋଟିଏ ଢ଼ଗ ଅଛି ଯାହାକୁ ଯିଏ ରସିଲା... । ଅନେକ କ୍ଷେତ୍ରରେ ଏହା ଠିକ । ନିଜ ସ୍ତ୍ରୀକୁ ଛାଡ଼ି ବେଳେବେଳେ ଅନ୍ୟ ସ୍ତ୍ରୀକୁ ପ୍ରେମ କରି ହେବାକୁ ପଡ଼େ ହଟହଟା । ସେମିତି ଘଟଣାଟିଏ ଘଟିଛି ବିହାର ବକ୍ସର ଅଂଚଳରେ ।ଜଣେ ବିବାହିତ ଯୁବକ ତା ଭାଉଜ ପ୍ରେମରେ ପଡ଼ି ସ୍ତ୍ରୀକୁ ହଇରାଣ କରିବା ପରେ ପୋଲିସ ହାଜତରେ ଏବେ ପେଲୁଛି ଘଣା ।

ଗତବର୍ଷ ନଭେମ୍ବର ମାସରେ ଜୟପ୍ରକାଶଙ୍କ ପୁଅ ଅନିଲକୁମାର ଓମ ପ୍ରକାଶଙ୍କ ଝିଅ ନନ୍ଦିନୀ ସହିତ ବୈବାହିକ ରୀତିରେ ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ଅନିଲ କୁମାର ନିଜ ସ୍ତ୍ରୀ ସହ ବେଶି ମିଳାମିଶା କଲାନାହିଁ । ନିଜ ସ୍ତ୍ରୀ ସହ ମିଳାମିଶା ବଦଳରେ ଭାଉଜ ସହ ଅଧିକ ସମୟ ବିତାଇଲା । ଏହି କଥାକୁ ଅନୀଲର ସ୍ତ୍ରୀ ନନ୍ଦିନି ବାରମ୍ବାର ବିରୋଧ ପରେ ବି ମିଳାମିଶା ବନ୍ଦ କରି ନଥିଲା ।

ଏହିକଥାକୁ ନେଇ ଗାଁରେ ପଂଚାୟତ ବସିଲା । ଅନୀଲ ନିଜର ଦୋଷ ପାଇଁ ଭୁଲ ବି ମାଗିଲା । ପଂଚାୟତର ଫଇସଲା ଅନୁସାରେ ସେ କେବେ ତା ଭାଉଜ ସହ ସଂପର୍କ ରଖିବ ନାହିଁ ବୋଲି ସ୍ଥିରହେଲା ।

କିନ୍ତୁ କିଛି ଦିନ ପରେ ଯେଉଁ କଥାକୁ ସେହି କଥା ହିଁ ଘଟିଲା । ସେମିତି ପୂର୍ବପରି ମିଳାମିଶା କଲା । ଏହି ମିଲାମିଶାକୁ ବିରୋଧ କରିବା ପରେ ତାକୁ ମାରପିଟ କଲା ବୋଲି ଥାନାରେ ଅଭିଯୋଗ ଆଣିଛି ନନ୍ଦିନି ।

  

ଭାଉଜ ସହ ଦିଅର ସୁନୀଲର ପ୍ରେମ ମହଙ୍ଗା ପଡ଼ିଛି । ପୋଲିସରେ ନନ୍ଦିନିର ଅଭିଯୋଗ ପରେ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.