Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଗାର୍ଲଫ୍ରେଣ୍ଡ ପାଇଁ ନିଜ ଔରସରୁ ଜାତ ସନ୍ତାନଙ୍କୁ ୧୫ ମହଲା କୋଠାରୁ ଠେଲିଦେଲା ବାପା, ଦୁଇ ଶିଶୁଙ୍କ ମୃତ୍ୟୁ

19/07/2021 at 6:49 PM

ବେଜିଙ୍ଗ ୧୯/୦୭ : ଲୋକେ ନିଜ ଗର୍ଲଫ୍ରେଣ୍ଡ ପାଇଁ କ’ଣ ନ କରନ୍ତି ? ଘରୁ ମିଛ କୁହନ୍ତି, ଚୋରି କରନ୍ତି, ବେଳେବେଳେ ନିଜ ପତ୍ନୀଙ୍କୁ ମଧ୍ୟ ପ୍ରତାରଣା କରନ୍ତି। କିନ୍ତୁ ଚୀନ୍ରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ପାଇଁ ନିର୍ଦ୍ଦୟତାର ସୀମା ଅତିକ୍ରମ କରିଛନ୍ତି। ନିଜ ପ୍ରେମିକାକୁ ଖୁସି କରିବା ପାଇଁ ସେ ନିଜର ଦୁଇ ପିଲାଙ୍କୁ ୧୫ ମହଲାରୁ ତଳେ ପକାଇ ଦେଇଥିଲେ।

ଘଟଣା ଚୀନର ଚୋଙ୍ଗକିଙ୍ଗ ଅଞ୍ଚଳର। ‘ଗ୍ଲୋବାଲ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ପୁରୁଷ ଜଣକ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି ବୋଲି ତାଙ୍କ ଗର୍ଲଫ୍ରେଣ୍ଡ ଜାଣିବା ପରେ ବ୍ୟକ୍ତି ଜଣକ ଏହିଭଳି କାମ କରିଥିଲେ। ନିଜ ପିଲାମାନଙ୍କୁ ହତ୍ୟା କରିବା ପାଇଁ ସେ ଯୋଜନା କରିଥିଲେ ଏବଂ ସୁଯୋଗ ପାଇବା ପରେ ତାହା କରିଥିଲେ ମଧ୍ୟ।

ରିପୋର୍ଟ ଅନୁଯାୟୀ, ଯେତେବେଳେ ଘଟଣା ଘଟିଲା ତାହାକୁ ଏକ ଦୁର୍ଘଟଣା ବୋଲି କୁହାଯାଇଥିଲା। ନଭେମ୍ବର ୨୦୨୦ ରେ ଏହି ଘଟଣା ଘଟିଥିଲା। ସେତେବେଳେ ଜଣାପଡିନଥିଲା ଯେ ପିଲାମାନଙ୍କୁ ତାଙ୍କ ନିଜ ଜନ୍ମ କଲା ବାପା ଫୋପାଡ଼ି ଦେଇଥିଲା। ବର୍ତ୍ତମାନ ଜଣାପଡିଛି ଯେ ପିଲାମାନେ ନିଜେ ଖସି ନଥିଲେ ସେମାନଙ୍କୁ ଫିଙ୍ଗି ଦିଆଯାଇଥିଲା। ଏହି ବ୍ୟକ୍ତି ନିଜ ପ୍ରେମିକା ପାଇଁ ନିଜ ପିଲାମାନଙ୍କୁ ହତ୍ୟା କରିଥିଲେ।

ଏହି ଘଟଣାର ଖୁଲାସା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ହୋଇଥିଲା। ଝାଂଗ ନାମକ ଏହି ବ୍ୟକ୍ତି ୨୦୧୭ ରେ ଚେନ୍ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ୨୦୧୮ ଏବଂ ୨୦୧୯ ରେ ସେମାନଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ହୋଇଥିଲେ ଥିଲେ। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୦୧୯ ରେ ଝାଂଗ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଫେବୃଆରୀ ୨୦୨୦ ରେ ଦୁହେଁ ଅଲଗା ହୋଇଥିଲେ। ୨୦୧୯ ରେ ଝାଂଗଙ୍କ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ନଭେମ୍ବର ୨୦୨୦ ରେ ହଠାତ୍ ଏହି ଦୁଇ ପିଲାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଗଲା ଯେ ସେମାନେ ୧୫ ମହଲାରୁ ତଳେ ପଡ଼ିଯାଉଥିଲେ ଏବଂ ତଳେ ପଡ଼ିଯିବା ମାତ୍ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଝାଂଗ କାନ୍ଦି କାନ୍ଦି ସମସ୍ତଙ୍କୁ କହିଥିଲେ ଯେ ତାଙ୍କ ପିଅଝିଅ ଖେଳିବାବେଳେ ତଳେ ପଡ଼ିଯାଇଥିଲେ। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଝାଂଗ ଏବଂ ତାଙ୍କ ପ୍ରେମିକାଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା।

ଯେତେବେଳେ ସତ ସାମ୍ନାକୁ ଆସିଥିଲା ସମସ୍ତେ ଚକିତ ହୋଇଯାଇଥିଲେ। ଝାଂଗଙ୍କ ପୁଅଝିଅ ପଡିନଥିଲେ ବରଂ ତାଙ୍କୁ ତାଙ୍କ ନିଜ ବାପା ୧୫ ମହଲା କୋଠାରୁ ଫୋପାଡ଼ି ହତ୍ୟା କରିଥିଲେ। ଝାଂଗ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଅନେକ ଦିନ ଧରି ପିଲାମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।

   Related Posts