ଫିଲ୍ମ ଭଳି ଦୃଶ୍ୟ : ଶଗଡ଼ ଦଣ୍ଡାର ଗୋଟିଏ ପଟେ କାନ୍ଧ ରଖି ବଳଦ ହେଲେ ଯୁବକ

Published By : Prameya-News7 Bureau | May 13, 2020 IST

ଇନ୍ଦୋର ୧୩/୦୫ : ଦେଶରେ ଚାଲିଥିବା ଲକ ଡାଉନ ଏବଂ ଶ୍ରମିକଙ୍କ ପଳାୟନ ଭିତରେ ଅନେକ ଦୁଖଦ ଘଟଣା ଦେଖିବାକୁ ମିଳିଛି | ଘର ବାହୁଡା ଶ୍ରମିକଙ୍କ ଅନେକ ମର୍ମାହତ ଦୃଶ୍ୟ ସାମ୍ନାକୁ ଆସିଛି | ଇନ୍ଦୋରରେ ଘର ବାହୁଡା ଜଣେ ଶ୍ରମିକଙ୍କ ଅତ୍ୟନ୍ତ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି | ଗୋଟିଏ ବଳଦ ନ ମିଳିବାରୁ ଶ୍ରମିକ ନିଜେ ନିଜ କାନ୍ଧରେ ଶଗଡ଼ ଟାଣି ନେଉଛନ୍ତି | ଅସହାୟ ଶ୍ରମିକଙ୍କ ପାଖରେ କାମ ନାହିଁ କି ଘରକୁ ଫେରିବାକୁ ଟଙ୍କା ନାହିଁ | ଟଙ୍କା ଅଭାବରୁ ସେ ଗୋଟିଏ ବଳଦ ବିକ୍ରି କରିଦେଇଥିଲେ | ଗୋଟିଏ ବଳଦ ସାହାଯ୍ୟରେ ଶଗଡ଼ ଚାଲିବନି | ସେଥିପାଇଁ ଯୁବକ ବାଧ୍ୟ ହୋଇ ଗୋଟଟିଏପଟ ବଳଦ ଏବଂ ଅନ୍ୟପଟେ ନିଜେ ଶଗଡ଼ ଟାଣି ନେଇଥିଲେ |  

ଇନ୍ଦୋର ବାଇପାସରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଲୋମ ଟାଙ୍କୁରୀ ଉଠିଥିଲା | ଡହଡହ ଖରାରେ ଦିନ ଦ୍ବିପ୍ରହରରେ ଯୁବକ ଜଣକ ନିଜେ ଶଗଡ଼ ଟାଣି ନେଉଥିଲେ | ଗୋଟିଏପଟ ବଳଦ ଓ ଅନ୍ୟପଟେ ଶ୍ରମିକ | ଶଗଡ଼ରେ ବସିଛନ୍ତି ତାଙ୍କ ପରିବାର |

{"id":269366,"width":583,"height":335,"sizeSlug":"large"}

ଶ୍ରମିକ ଜଣକ ହେଲା ରାହୁଲ | ତାଙ୍କ ଘର ମହୁ ଅଞ୍ଚଳରେ | ରୋଜଗାର ପାଇଁ ସେ ଇନ୍ଦୋର ଚାଲିଯାଇଥିଲେ | ସେଠାରେ ସେ ଏକ ଶଗଡ଼ ଗାଡି କିଣିଥିଲେ | ସବୁକିଛି ଠିକ ଚାଲିଥିଲା | ସେ ଯେତିକି ରହଜାର କରୁଥିଲେ ସେଥିରେ ତାଙ୍କର ଗୁଜୁରାଣ ମଧ୍ୟ ହୋଇଯାଉଥିଲା | ପୁଣି ହଠାତ କରୋନା ମାଡରେ ତାଙ୍କର ସବୁକିଛି ଦୋହଲିଗଲା | କରୋନା ଓ ଲକ ଡାଉନ ତାଙ୍କ ଜୀବନକୁ ହନ୍ତସନ୍ତ କରିଦେଲା | ଲକ ଡାଉନ ଯୋଗୁଁ ସବୁ କାମ ଧନ୍ଦା ବନ୍ଦ ହୋଇଗଲା | କିଛି ଦିନ ବଡ କଷ୍ଟରେ ଗୁଜୁରାଣ ହୋଇଗଲା | କିନ୍ତୁ ଧୀରେ ଧୀରେ ସମସ୍ୟା ବଢ଼ିବାରେ ଲାଗିଲା | ଯାହା ଖାଦ୍ୟ ଶସ୍ୟ ଏବଂ ଟଙ୍କା ସଞ୍ଚୟ କରିଥିଲେ ସବୁ ସରିଗଲା | ଆଉ କିଛି ବାଟ ନ ପାଇ ସେ ନିଜର ଗୋଟିଏ ବଳଦ ବିକ୍ରି କରିଦେଲେ | ବଳଦ ବିକ୍ରି ତ କରିଦେଲେ ହେଲେ ଯେତିକି ଟଙ୍କା ପାଇବା କଥା ସେତିକି ପାଇଲେନି | ୧୫ ହଜାରର ବଳଦ ବିକି ପାଇଲେ ମାତ୍ର ୫ ହଜାର ଟଙ୍କା |

{"id":269369,"width":577,"height":323,"sizeSlug":"large"}

କିଛି ଟଙ୍କା ଯୋଗାଡ ହେବାପରେ ସେ ଘରକୁ ଫେରିବାକୁ ବେଡିଙ୍ଗ ବିସ୍ତର ଧରି ବାହାରିଲେ | ତେବେ ଗୋଟିଏ ବଳଦରେ ଶଗଡ଼ ବା ଚଳିଥାନ୍ତା କେମିତି | ଆଉ କୌଣସି ଉପାୟ ନ ପାଇ ରାହୁଲ ନିଜେ ନିଜ କାନ୍ଧରେ ପରିବାର ଲୋକଙ୍କୁ ଧରି ଶଗଡ଼ ଟାଣି ଘରକୁ ବାହାରି ପଡିଲେ | ସେ ହାଲିଆ ହୋଇଯିବ ପରେ ରାସ୍ତାରେ କିଛି ବାଟ ତାଙ୍କ ଭାଉଜ ମଧ୍ୟ ଶଗଡ଼ ଟାଣିଥିଲେ | ଅତ୍ୟନ୍ତ ଦୁଃଖଦାୟକ ଏହି ଦୃଶ୍ୟ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.