ଟ୍ରେନ୍ ଚଳାନ୍ତି ପ୍ରେମିକା, ଷ୍ଟେସନ୍‌ରେ ପହଞ୍ଚି ଏମିତି ପ୍ରପୋଜ୍ କଲେ ପ୍ରେମିକ : ଭିଡିଓ ଭାଇରାଲ

Published By : Prameya-News7 Bureau | December 21, 2020 IST

ଡବଲିନ୍ ୨୧/୧୨ : ପ୍ରେମ ସତ୍ୟ, ପ୍ରେମ ଶାସ୍ବତ, ପ୍ରେମ ଚିରନ୍ତନ । ଏହି ଉକ୍ତି ହିଁ ବୁଝାଇଦିଏ ପ୍ରେମର ସଂଜ୍ଞା । କିଛି ପ୍ରେମ ନିବେଦନ ଏପରି ମଧ୍ୟ ହୋଇଥାଏ ଯାହାର ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ନିକଟରେ ପ୍ରେମର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆାରଲାଣ୍ଡର ଡବ୍ଲିନ୍‌ରେ ।

ଡବ୍ଲିନ୍‌ର ପିୟର୍ସ ରେଳ ଷ୍ଟେସନରେ ଜଣେ ମହିଳା ଲୋକୋ ପାଇଲଟଙ୍କୁ ତାଙ୍କ ପ୍ରେମିକ ଏକ ନିଆରା ଅନ୍ଦାଜରେ ପ୍ରପୋଜ୍ କରିଛନ୍ତି । ଏବେ ଏହି ପ୍ରପୋଜ୍ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

wp:embed {"url":"https://twitter.com/Clodagh1990/status/1338955280911130624?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1338955280911130624%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fman-proposes-to-his-girlfriend-in-dublin-railway-station-in-ireland-watch-viral-video-48691%2F","type":"rich","providerNameSlug":"twitter","responsive":true,"className":""}
https://twitter.com/Clodagh1990/status/1338955280911130624?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1338955280911130624%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fman-proposes-to-his-girlfriend-in-dublin-railway-station-in-ireland-watch-viral-video-48691%2F
/wp:embed

​‌ଗୋଟିଏ ଟ୍ରେନ୍ ଆସି ଷ୍ଟେସନରେ ଲାଗୁଛି । ଯେଉଁଥିରେ ଜଣେ ଯୁବକଙ୍କ ପ୍ରେମିକା ଲୋକୋ ପାଇଲଟ୍ ଭାବେ କାର୍ଯ୍ୟ କରନ୍ତି । ପୂର୍ବରୁ ପ୍ରେମିକଜଣକ ପ୍ରେମ ନିବେଦନ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ । ଯୁବତୀଜଣକ ଟ୍ରେନରୁ ବାହାରକୁ ଆସିବା ମାତ୍ରେ ଫୁଲତୋଡା ଦେଇ ପ୍ରେମ ନିବେଦନ କରୁଛନ୍ତି ଯୁବକଜଣକ । ଉକ୍ତ ଫୁଲତୋଡାରେ ‘ ଓ୍ବିଲ୍ ୟୁ ମ୍ୟାରି ମି’ ବୋଲି ଲେଖାଯାଇଥିଲା । ତେବେ ଏଥିରେ ଯୁବତୀଜଣକ ତୁରନ୍ତ ଗ୍ରହଣ କରିନେଇଥିଲେ । ଷ୍ଟେସନରେ ଥିବା ଅନ୍ୟଯାତ୍ରୀମାନେ କରତାଳି ମାରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.