ପରିବାର ଲୋକଙ୍କୁ ମିଳିଲା ୫୦ ଲକ୍ଷର ବୀମା ରାଶି ,ବୀମା ପାଇଁ ନିଜର ହତ୍ୟା କରାଇଲେ ବ୍ୟକ୍ତି

Published By : Prameya-News7 Bureau | September 10, 2019 IST

ଭିଲବାଡା(ରାଜସ୍ଥାନ)- ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବା ପାଇଁ ଜଣେ ବ୍ୟକ୍ତି ନିଜର ହତ୍ୟା କରାଇଛନ୍ତି । ରାଜସ୍ଥାନର ଭିଲବାଡାରେ ଏହି ଘଟଣା ଘଟିଛି । ନିଜର ହତ୍ୟାକଣ୍ଡ ପାଇଁ ଏହି ବ୍ୟକ୍ତି ଜଣଙ୍କ ୮୦ ହଜାର ଟଙ୍କା ସୁପାରୀ ଦେଇଥିଲେ । ପରେ ସିସି ଟିଭି ଫୁଟେଜ୍‌ ଓ ମୋବାଇଲ୍‌ କଲ୍‌ ରେକର୍ଡରୁ ପୁଲିସ ହତ୍ୟାକାରୀମାନଙ୍କୁ ଧରିବାରେ ସଫଳ ହୋଇଛି ।

ବଲବୀର ନାମକ ବ୍ୟକ୍ତି ନିଜ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମିଳୁବୋଲି ଚାହୁଁଥିଲେ । ସେ ସୁଧ କାରବାର କରୁଥିଲେ । ଅନେକ ଲୋକଙ୍କୁ ସେ ୨୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ସୁଧ କରି ମୂଳ ଟଙ୍କା ସେ ଆଦାୟ କରିପାରି ନଥିଲେ । ଏଥିପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ । ହତ୍ୟା କାଣ୍ଡର ଠିକ୍‌ ଏକମାସ ପୂର୍ବରୁ ସେ ନିଜର ୫୦ ଲକ୍ଷ ଟଙ୍କାର ବୀମା କରିଥିଲେ । ଏହାର ପ୍ରଥମ କିସ୍ତି ବି ଦେଇଥିଲେ । ଏହି ସମୟରେ ନିଜର ହତ୍ୟା କରାଇବା ପାଇଁ ସେ ଯୋଜନା କରିଥିଲେ ।ରାଜବୀର ଓ ସୁନୀଲ ଯାଦବ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଏଥିପାଇଁ ସେ ୮୦ ହଜାର ଟଙ୍କା ସୁପାରୀ ଦେଇଥିଲେ ।

ସେପ୍ଟେମ୍ବର ୨ ତାରିଖରେ ମଙ୍ଗପୁର ଥାନା ଅଞ୍ଚଳରୁ ହାତ ଗୋଡ ବନ୍ଧା ଅବସ୍ଥାରେ ବଲବୀରଙ୍କର ମୃତ ଦେହ ମିଳଥିଲା । ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଥିଲା । କଲ୍‌ ରେକର୍ଡ ଓ ସିସିଟିଭି ଫୁଟେଜ୍‌କୁ ହତ୍ୟାକାରୀମାନଙ୍କୁ ପୁଲିସ ଧରି ଦେଇଥିଲା ।

ବଲବୀର ନିଜର ହତ୍ୟାପାଇଁ ଏହି ଦୁଇ ଅଭିଯୁକ୍ତଙ୍କୁ ସୁପାରୀ ଦେଇଥିବା କଥା ଦୁଇ ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଥିଲେ । ତାହାର ହତ୍ୟା ହୋଇଗଲେ ପରିବାର ଲୋକ ୫୦ ଲକ୍ଷ ଟଙ୍କା ବୀମା ପାଇବେ ବୋଲି କହିଥିଲା । ପ୍ରଥମେ ସେ ଦୁର୍ଘଟଣା ଯୋଗେଁ ଆତ୍ମହତ୍ୟା କରିବା ପାଇଁ ଯୋଜନା କରିଥିଲା । କାଲେ ସେଥିରେ ମୃତ୍ୟୁ ହେବ ନାହିଁ ସେଥଇପାଇଁ ସେ ନିଜର ହତ୍ୟା ଯୋଜନା କରିଥିଲା ।
ଏଥିପାଇଁ ସେ ଅଭିଯୁକ୍ତମାନଙ୍କୁ ପ୍ରଥମେ ୧୦ ହଜାର ଟଙ୍କା ଦେଇଥିଲା । ହତ୍ୟାକାଣ୍ଡ ରାତିରେ ୭୦ ହଜାର ଟଙ୍କା ନିଜ ପକେଟରେ ରଖିଥିଲା । ପରେ ଏକ ଶୁନ୍‌ଶାନ ସ୍ଥାନକୁ ଯାଇ ବଲବୀର ପ୍ରଥମେ ନିଜର ଦୁଇ ଗୋଡକୁ ନିଜେ ବାନ୍ଧିଥିଲା । ପରେ ଅଭିଯୁକ୍ତମାନେ ତାହାର ଦୁଇ ହାତ ବାନ୍ଧିଥିଲ । ଗଳା ଚିପି ସେମାନେ ବଲବୀରର ହତ୍ୟା କରିଥିଲେ । ହଲେ ଅଭିଯୁକ୍ତମାନେ ଶେଷରେ ନିଜ ଅପରାଧ ପାଇଁ ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.