ଭାରି ଚାଲାଣର ପ୍ରଭାବ : ସବୁ ପେପର ହେଲମେଟରେ ଲଗାଇ ଚଲାଉଛନ୍ତି ଗାଡ଼ି

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ ୧୨/୯: ହେଲମେଟରେ ଲଗାଇସେପ୍ଟେମ୍ବର ୧ତାରିଖରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ନିୟମ ଭାଙ୍ଗୁଥିବା ଲୋକଙ୍କଠୁ ମୋଟା ଅଙ୍କର ଚାଲାଣ କଟାଯାଉଛି। ଏହା ସହିତ ବାଇକ୍ ଏବଂ କାର ଚାଳକ ଭିନ୍ନ ଭିନ୍ନ ପ୍ରକାରର କାରିଗରୀ ପ୍ରୟୋଗ କରୁଛନ୍ତି। ସେହିପରି ଏକ ବିଚିତ୍ର ଘଟଣା ଘଟିଛି ଗୁଜୁରାଟରେ। ଏଠାରେ ଜଣେ ବ୍ୟକ୍ତି ନିଜ ହେଲମେଟରେ ସମସ୍ତ ଡ୍ରାଇଭିଙ୍ଗ ସହ ଜଡ଼ିତ ଲାଇସେନ୍ସ ଲଗାଇ ବାଇକ୍ ଚଲାଉଥିଲେ। ରାମପାଲ ଶାହ ନାମକ ଏହି ବ୍ୟକ୍ତିଙ୍କ କହିବାନୁସାରେ ସେ ତାଙ୍କ କୌଣସି ଜରୁରୀ ଡକ୍ୟୁମେଣ୍ଟ ଯେପରି ଘରେ ନ ଭୁଲିଯାଆନ୍ତୁ ସେଥିପାଇଁ ସମସ୍ତ ଡକ୍ୟୁମେଣ୍ଟ ସେ ହେଲମେଟରେ ଲଗାଇ ବାଇକ୍ ଚଲାଉଥିଲେ।

{"id":156526}

ଏହା ପୂର୍ବରୁ ଅଲିଗଡ଼ରେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧି କାର ଚଲାଉଥିବା ନଜର ଆସିଥିଲେ। ପୀୟୁଷ ବାର୍ଷେୟ ନାମକ ଏହି ବ୍ୟକ୍ତି ବିନା ହେଲମେଟରେ କାର ଚଲାଉଥିବାବେଳେ ଇ-ଚାଲାଣ ପାଇଁ ପଠାଯାଇଥିଲା। ଏହି ଡର ପାଇଁ ସେ ହେଲମେଟ ପିନ୍ଧି କାର ଚଲାଇଥିଲେ।

ପ୍ରକୃତରେ ଯେବେଠୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି ଆଗ ଅପେକ୍ଷା ଅଧିକ ଟଙ୍କା ଚାଲାଣ କଟାଯାଉଛି।

୧. ମଦ ପିଇ ଗାଡ଼ି ଚଲାଉଥିବାରୁ କଟିଲା ୫୯୦୦୦ଟଙ୍କା : ଗୁରୁଗ୍ରାମରେ ସେପ୍ଟେମ୍ବର ୨ତାରିଖରେ ମଦ ନିଶାରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଚଲାଉଥିଲା। ପୋଲିସ ହାତରେ ଧରା ପଡ଼ିବାରୁ ତାକୁ ୫୯୦୦୦ଟଙ୍କାର ଚାଲାଣ କାଟିବାକୁ ପଡ଼ିଥିଲା। ପୋଲିସ୍ କହିଥିଲା ଯେ ମଦ ପିଇ ଟ୍ରାକ୍ଟର ଚଲାଉଥିବାବେଳେ ଡ୍ରାଇଭର ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।

୨. ୨୬୦୦୦ଟଙ୍କାରେ ଅଟୋ କିଣାଯାଇଥିବାବେଳେ ୫୨୫୦୦ଟଙ୍କାର କଟିଥିଲା ଚାଲାଣ : ଭୁବନେଶ୍ବରରେ ଏକ ଅଟୋ ଚାଳକ ୫୨ହଜାର ୫୦୦ଟଙ୍କାର ଚାଲାଣ କଟିଥିଲା। ଅଟୋ ଚାଳକର କହିବାନୁସାରେ ସେ ସେକେଣ୍ଡ ହ୍ୟାଣ୍ଡ ଅଟୋଟି ୨୬୦୦୦ଟଙ୍କାରେ କିଣିଥିଲା ଏବଂ ଏହାକୁ ବିକିଲେ ୧୦,୦୦୦ଟଙ୍କା ବି ହେବନି। ଏହା ବାବଦକୁ ପୁଣି ଏତେ ଟଙ୍କା ଜୋରିମାନା ଲାଗିଥିଲା। ଏହି ଅଟୋ ଡ୍ରାଇଭରଟିର ଅଟୋରୁ ପ୍ରଦୂଷଣ ନିର୍ଗତ ହେଉଥିଲା, ଅଟୋର ବୀମା ନଥିଲା,ଭୁଲ ରାସ୍ତାରେ ଡ୍ରାଇଭିଙ୍ଗ କରୁଥିଲା। ଏହି ସବୁକୁ ମିଶାଇ ପୋଲିସ୍ ଜୋରିମାନା ଠୁଙ୍କି ଦେଲା।

୩. ଫରିଦାବାଦରେ ବୁଲେଟ ଚାଳକକୁ ୩୫ହଜାର ଟଙ୍କାର ଚାଲାଣ : ଫରିଦାବାଦରେ ଗୋଟିଏ ବୁଲେଟରେ ୩ଜଣ ବସି ଯାଉଥିଲେ। ପୋଲିସ୍ ଧରିବାରୁ ୩୫୦ଜାର ଟଙ୍କାର ଚାଲାଣ କାଟିବାକୁ ପଡ଼ିଥିଲା ବୁଲେଟ ଡ୍ରାଇଭରକୁ। ବୁଲେଟ ଚାଳକ ପାଖରେ ଲାଇସେନ୍ସ ନଥିଲା କି ଆରସି ନଥିଲା। ଏହା ସହ ୩ଜଣ ଗୋଟିଏ ୨ ଚକିଆ ଗାଡ଼ିରେ ଯାଉଥିଲେ ଏବଂ କେହି ହେଲମେଟ୍ ପିନ୍ଧିନଥିଲେ।

୪. ୧୫ହଜାର ଟଙ୍କାର ସ୍କୁଟି ,୨୩ହଜାର ଟଙ୍କାର ଚାଲାଣ : ଦିଲ୍ଲୀରେ ରହୁଥିବା ଦିନେଶ ମଦାନ ସ୍କୁଟିରେ ଗୁରୁଗ୍ରାମ ଯାଉଥିଲେ। ଦିନେଶଙ୍କ ପାଖରେ ଲାଇସେନ୍ସ,ପଲ୍ୟୁସନ ପେପର,ଆରସି ନଥିଲା । ଏହା ସହିତ ସେ ହେଲମେଟ ପିନ୍ଧିନଥିଲେ। ଏହି ସବୁ ମିଶାଇ ପୋଲିସ୍ ୨୩ହଜାର ଟଙ୍କାର ଚାଲାଣ କାଟିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.