Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆମାଜନ୍ ଅର୍ଡର୍ କରିଥିଲେ ୪୦ ହଜାରର ମୋବାଇଲ୍, ଡେଲିଭର୍ ହେଲା ଡ୍ରେସ୍: ମାମଲା ରୁଜ୍ଜୁ କଲେ ଯୁବକ

4/11/2020 at 6:08 PM

ପିଲିଭିତ ୦୪/୧୧ : ଉତ୍ତର ପ୍ରଦେଶ ପିଲିଭିତରେ ଜଣାଶୁଣା ଅନଲାଇନ ସପିଙ୍ଗ କମ୍ପାନୀ ଆମାଜନ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଜଣେ ଯୁବକ ଆମାଜନ ବିରୋଧରେ ଠକେଇ ଅଭିଯୋଗ କରି ଜାହାନାବାଦ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ମାମଲା ରୁଜ୍ଜୁ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଅନଲାଇନ ଆମାଜନ ସାଇଟରୁ ୪୦ ହଜାର ଟଙ୍କାର ମୋବାଇଲ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ତାଙ୍କ ଅର୍ଡର ଡେଲିଭର ହେଇଥିଲା ସେଥିରେ ଗୋଟିଏ ଫ୍ରକ ଥିଲା। ପିଲିଭିତ ଜାହାନାବାଦ ଥାନା ଅନ୍ତର୍ଗତ କନକ ଗାଁର ଯୁବକ ହାରଦୀପ ସିଂହ ଥାନାରେ ଅଭିଯୋଗ କରି କହିଛନ୍ତି ଯେ ଅକ୍ଟୋବର ୨୪ ତାରିଖରେ ସେ ଆମାଜନରୁ ଏକ ମୋବାଇଲ ଅର୍ଡର କରିଥିଲେ। ମୋବାଇଲର ଦାମ ୪୦ ହଜାର ଟଙ୍କା। କିନ୍ତୁ ଯେତେବେଳେ ସେ କମ୍ପାନୀ ଡେଲିଭର କରିଥିବା ପ୍ରଡକ୍ଟ ଖୋଲିଲେ ସେଥିରେ ଏକ ଡ୍ରେସ ଥିଲା। ମୋବାଇଲ ଜାଗାରେ ଡ୍ରେସ ଦେଖି ସେ ତୁରନ୍ତ କମ୍ପାନୀକୁ ସମ୍ପର୍କ କରିଥିଲେ। ଏହାପରେ କମ୍ପାନୀ ଯାଞ୍ଚ ନାଁରେ ଆହୁରି ୭ ଦିନ ସମୟ ନେଇଥିଲା।

୭ ଦିନ ପରେ କମ୍ପାନୀ କର୍ମଚାରୀ ତାଙ୍କୁ ଅବଗତ କରିଥିଲେ ଯେ କମ୍ପାନୀ ତରଫରୁ ସବୁ ବ୍ୟବସ୍ଥା ଠିକ ଅଛି। ବର୍ତ୍ତମାନ ଯୁବକ କମ୍ପାନୀ ବିରୋଧରେ ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ଜାହାନାବାଦ ଥାନାର ଥାନାଧ୍ୟକ୍ଷ ହର୍ଷବର୍ଦ୍ଧନ ସିଂହ କହିଛନ୍ତି ଯେ ଜଣେ ଯୁବକ ଆମାଜନ କମ୍ପାନୀ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ତଦନ୍ତ ଜାରି ରହିଛି। ବେଳେବେଳେ ଅନଲାଇନ ସପିଙ୍ଗ କମ୍ପାନୀ ବିରୋଧରେ ଏହିଭଳି ଅଭିଯୋଗ ହୋଇଥାଏ ବୋଲି ସେ କହିଛନ୍ତି। କମ୍ପାନୀ ମଧ୍ୟ ନିଜ ଛବି ଠିକ ରଖିବା ପାଇଁ ସଠିକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଥାନାଧ୍ୟକ୍ଷ କହିଛନ୍ତି।

   Related Posts