Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅର୍ଡର କରିଥିଲେ ରିମୋଟ୍ କଣ୍ଟ୍ରୋଲ କାର୍, ଆସିଲା Parle-G ବିସ୍କୁଟ୍: ପ୍ୟାକେଟ୍ ଖୋଲି କହିଲେ-ଚା’ ତିଆରି କରିବାକୁ ପଡ଼ିବ

22/06/2021 at 6:08 PM

ନୂଆଦିଲ୍ଲୀ ୨୨/୦୬ : ଅନଲାଇନ ସପିଂର ଅନେକ ସୁବିଧା ଅଛି କିନ୍ତୁ ବେଳେ ବେଳେ ଏହା ଅସୁବିଧା ମଧ୍ୟ ପକାଇଥାଏ। ଗ୍ରାହକ ଗୋଟିଏ ଜିନିଷ ଅର୍ଡର କରିଥାନ୍ତି କିନ୍ତୁ ଡେଲିଭର ହୋଇଥାଏ ଆଉ କିଛି। ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପିଲାଙ୍କ ପାଇଁ ଇ-କମର୍ସ ସାଇଟ୍ ଆମାଜନ ଇଣ୍ଡିଆରୁ ରିମୋଟ୍ କଣ୍ଟ୍ରୋଲ୍ କାର୍ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ଅର୍ଡର ଆସିଲା ସେ ଦେଖି ଚକିତ ହୋଇଗଲେ। ବାକ୍ସରେ କାର୍ ନଥିଲା ବରଂ ପାର୍ଲେ-ଜି ବିସ୍କୁଟ ଥିଲା।

ସୋମବାର ଦିନ ଦିଲ୍ଲୀ ଭଗବାନ ନଗର ଆଶ୍ରମ ଅଞ୍ଚଳରେ ଏହି ଘଟଣା ଘଟିଛି। ଟାଇମ୍ସ ନ୍ୟୁ ଅନୁଯାୟୀ, ବିକ୍ରମ ବୁରାଗୋହେନ ଫେସବୁକରେ ଏହି ସୂଚନା ଦେଇ କହିଛନ୍ତି ଯେ ତାଙ୍କୁ ଆମାଜନ ଅର୍ଡରରୁ ଗୋଟିଏ ପ୍ୟାକେଟ ପାର୍ଲେ-ଜି ବିସ୍କୁଟର ମିଳିଛି। ପାର୍ଲେ-ଜି ପ୍ୟାକେଟର ଫଟୋ ସେୟାର କରି ବିକ୍ରମ ଲେଖିଛନ୍ତି, ଯଦି ଆମାଜନ ଇଣ୍ଡିଆରୁ ଅର୍ଡର କରିଛନ୍ତି ଏବଂ ବଦଳରେ ଆପଣଙ୍କୁ ପାର୍ଲ-ଜି ବିସ୍କୁଟ ମିଳେ… ହାହାହାହା…ତାହେଲେ ଚା ’ତିଆରି କରିବାକୁ ପଡ଼ିବ।

ବ୍ୟକ୍ତି ଜଣକ ଏକ ଇ-କମର୍ସ ସାଇଟରୁ ନିଜ ପିଲା ପାଇଁ ରିମୋଟ କଣ୍ଟ୍ରୋଲ କାର ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ଡେଲିଭରି ଆସିଲା, ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ପ୍ୟାକେଟର ଆକାର ଛୋଟ ଥିଲା। ଯେତେବେଳେ ସେ ପ୍ୟାକେଟ୍ ଖୋଲିଲେ, ସେ ଦେଖିଲେ ଯେ ରିମୋଟ୍ କଣ୍ଟ୍ରୋଲ୍ କାର୍ ବଦଳରେ ଏଥିରେ ପାର୍ଲେ-ଜି ବିସ୍କୁଟର ଏକ ପ୍ୟାକେଟ୍ ଅଛି। ବିକ୍ରମ କହିଛନ୍ତି ଯେ ଉତ୍ପାଦର ଭୁଲ ବିତରଣ ସମ୍ପର୍କରେ ସେ ଇ-କମର୍ସ ପ୍ଲାଟଫର୍ମରେ ଅଭିଯୋଗ କରିଛନ୍ତି ଏବଂ କମ୍ପାନୀ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏଥିପାଇଁ କମ୍ପାନୀ କ୍ଷମା ମଧ୍ୟ ମାଗିଛି।

ବିକ୍ରମଙ୍କ ପୋଷ୍ଟରେ ଫେସବୁକ ୟୁଜର୍ସ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଥଟ୍ଟା କରି କହିଛନ୍ତି, ଯେ କମ୍ପାନୀ ନିଶ୍ଚିତ ଭାବିଥିବ ଯେ ଏହା ଜଣେ ଶିଶୁ ଅର୍ଡର କରିଛି ତେଣୁ ସେ ପାର୍ଲେ-ଜି ପଠେଇଦେବା।

   Related Posts