ମେଟ୍ରୋ ଟ୍ରେନରେ ଯୁବତୀଙ୍କୁ ଅଶ୍ଳୀଳ ଆଚରଣ , ଉତାରି ଦେଲେ ନିଜ ପୋଷାକ

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪/୨: ପ୍ରାୟତଃ ମେଟ୍ରୋରେ ଯିବା ସମୟରେ ଆପଣଙ୍କୁ ଅତ୍ୟନ୍ତ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମେଟ୍ରୋରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରୁ କେତେକ ଲୋକେ ଅଶ୍ଳୀଳ ଆଚରଣ କରିଥାଆନ୍ତି। ଠିକ୍ ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ମେଟ୍ରୋରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ ସହ। ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବାବେଳେ ଯୁବତୀଙ୍କ ସାମନାରେ ଜଣେ ଯୁବକ ତାଙ୍କ ପ୍ୟାଣ୍ଟ ଖୋଲି ପ୍ରାଇଭେଟ୍ ପାର୍ଟ ଦେଖାଇଥିଲେ।

ଘଟଣାଟି ଘଟିଛି ଗତକାଲି ସନ୍ଧ୍ୟା ୬ଟାରେ। ଯୁବତୀ ଜଣକ ସନ୍ଧ୍ୟା ୬ଟାରେ ମେଟ୍ରୋ ଲାଇନରେ ଦିଲ୍ଲୀରୁ ଗୁଡ଼ଗାଁଓ ଯାଉଥିଲେ। ସେତେବେଳେ ତାଙ୍କ ସାମନାରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ ପେଣ୍ଟର ଚେନ୍ ଖୋଲି ଦେଇଥିଲେ ଏବଂ ଅଶ୍ଳୀଳ ଆଚରଣ କରିଥିଲେ।

ଏହି ଘଟଣା ପରେ ଯୁବତୀ ଡରି ଯାଇଥିଲେ ଏବଂ ଏବିଷୟରେ କାହାକୁ କିଛି କହିନଥିଲେ କିନ୍ତୁ ସେ ଯୁବକଙ୍କ ଫଟୋ ଉଠାଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ଯୁବତୀ ଅଭିଯୋଗ କରିଥିଲେ ଯେ ପ୍ରଥମେ ପୋଲିସ୍ ମାମଲା ରୁଜୁ କରିବାକୁ ରାଜି ହେଉନଥିଲା କିନ୍ତୁ ପରେ ଯୁବତୀ ମହିଳା ହେଲ୍ପଲାଇନ୍ ନମ୍ବରରେ ଫୋନ୍ କରିବାରୁ ପୋଲିସ୍ ସକ୍ରିୟ ହୋଇଥିଲା।

ଯୁବତୀଙ୍କ ଅଭିଯୋଗ ପରେ ଯୌନ ଉତ୍ପୀଡ଼ନର ମାମଲା ରୁଜୁ କରାଯାଇଥିଲା। ଏହା ପରେ ମେଟ୍ରୋର ସିସିଟିଭି କ୍ୟାମେରାରେ ଘଟଣା ଘଟିଥିବା ସମୟର ଫଟୋ ବାହାର କରାଯାଇଛି। ଏବେ ସିସିଟିଭି ଏବଂ ଯୁବତୀଙ୍କଠୁ ମିଳିଥିବା ଫଟୋ ଆଧାରରେ ପୋଲିସ୍ ଏହି ଅଶ୍ଳୀଳ ଆଚରଣ କରିଥିବା ଯୁବକଙ୍କୁ ଖୋଜୁଛି।

ପୀଡ଼ିତା ଯୁବତୀ ନିଜ କାହାଣୀ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.