Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

ମଣିଷପଣିଆର ଜ୍ୱଳନ୍ତ ଉଦାହରଣ : ନିଜ ଘରକୁ ଆଇସୋଲେସନ ୱାର୍ଡ କରିବାକୁ ଅଫର କଲେ ଏହି ଖେଳାଳି

16/03/2020 at 3:53 PM

କୋଟ୍ଟାୟମ ୧୬/୦୩ : ସାରା ବିଶ୍ୱ ଯେତେବେଳେ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି, ଭିଡ ସ୍ଥାନକୁ ଯିବା ଆସିବା କରୁନାହିଁ ଠିକ ଏତିକିବେଳେ ଜଣେ ବ୍ୟକ୍ତି ନିଜ ଘରକୁ ଆଇସୋଲେସନ ୱାର୍ଡରେ ପରିଣତ କରିବାକୁ ଅଫର କରିଛନ୍ତି | କରୋନାର ଭୟାବହତା ଯୋଗୁଁ ଲୋକେ ବର୍ତ୍ତମାନ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି | ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜ, ସପିଙ୍ଗ ମଲ, ମନ୍ଦିର, ସ୍ୱଇମିଙ୍ଗ ପୁଲ ଆଦି ବନ୍ଦ ଘୋଷଣା କରାଯାଇଛି | ସଂକ୍ରମିତଙ୍କୁ ଆଇସୋଲେସନ ୱାର୍ଡରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ତାଙ୍କ ଉପରେ ନଜର ରଖାଯାଉଛି | ଏହି ସଙ୍କଟ ସମୟରେ ଜଣେ ସହୃଦୟ ବ୍ୟକ୍ତି ନିଜ ଘରକୁ ଆଇସୋଲେସନ ୱାର୍ଡରେ ପରିଣତ କରିବା ପାଇଁ ଅଫର କରିଛନ୍ତି |

କେରଳର ଥୋଟ୍ଟାପୂଜାହ ଅଞ୍ଚଳର ମାଥୟୁ ଭରଗିଜ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି | ସେହି ଅଞ୍ଚଳରେ କରୋନାର କୌଣସି କନଫାର୍ମ ମାମଲା ଆସିନାହିଁ | ୪୫ ଜଣଙ୍କ ପରୀକ୍ଷା ଚାଲିଛି | ଭରଗିଜ ନିଜ ଘରକୁ ଆଇସୋଲେସନ ୱାର୍ଡ କରିବାକୁ ଅଫର ଦେଇଛନ୍ତି | ତେବେ ପଞ୍ଚାୟତର ନାଏବ ସରପଞ୍ଚ ରାଜୀଭ.ଏନ କହିଛନ୍ତି ଯେ, ଭରଗିଜଙ୍କ ଘର ବହୁତ ଭଲ ଜାଗାରେ ଅଛି | ୫ ଏକର ବିଶିଷ୍ଟ ଏହି ଘରଟି ସହରର ଠିକ ମଝାମଝି ରହିଛି ଯେଉଁଥିପାଇଁ ଆଇସୋଲେସନ ୱାର୍ଡ କରିବା ପାଇଁ ସଠିକ ଜାଗା | ୨୦୧୮,୧୯ ବନ୍ୟା ସମୟରେ ମଧ୍ୟ ଭରଗିଜ ନିଜ ଘରକୁ ରିଲିଫ କ୍ୟାମ୍ପ କରିଥିଲେ |

ତେବେ ଭରଗିଜଙ୍କ ଏହି ନିଷ୍ପତ୍ତି ସମସ୍ତେ ଗ୍ରହଣ କରିପାରିନାହାନ୍ତି | କରୋନା ବ୍ୟାପିବା ଭୟରେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି | ତେବେ ସଂକ୍ରମଣ ବ୍ୟାପିବା ନାହିଁ ବୋଲି ରାଜୀବ ଲୋକଙ୍କୁ ଦୃଢର ସହ କହିଛନ୍ତି ଯେ ସଂକ୍ରମଣ କାହାକୁ ବ୍ୟାପିବା ନାହିଁ | ଲୋକଙ୍କ ସାହାଯ୍ୟ ପାଇଁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି |

ଭରଗିଜ ଜଣେ ଗଲ୍ଫ ଖେଳାଳି | ସେ ନିଜ ପରିବାର ସହ ଥିରୁଅନନ୍ତପୁରମରେ ରୁହନ୍ତି | ସେ କେବେକେବେ ନିଜ ଗାଁକୁ ବୁଲିବାକୁ ଆସନ୍ତି ଏବଂ ଏହି ଘରେ ରୁହନ୍ତି |

   Related Posts