'ଟି ନଟରାଜନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ର ହକଦାର', ଏମିତି କହି ସମସ୍ତଙ୍କ ହୃଦୟ ଜିତିଲେ ପାଣ୍ଡ୍ୟା

Published By : Prameya-News7 Bureau | December 07, 2020 IST

ସିଡନୀ,୦୭/୧୨:  ଅଷ୍ଟ୍ରେଲିଆକୁ ଭାରତ ଦ୍ୱିତୀୟ ଟି୨୦ରେ ପରାସ୍ତ କରି ସିରିଜ ଉପରେ କବଜା କରିଛି । ମ୍ୟାଚ୍ ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୨ ବଲରୁ ବିସ୍ଫୋରକ ୪୨ ରନ୍ ସ୍କୋର କରିଥିଲେ । ୧୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ବିରାଟ କୋହଲି ପ୍ୟାଭିଲିୟନ ଫେରିବା ପରେ ସଙ୍କଟରେ ପଡିଥିଲା । କିନ୍ତୁ ପାଣ୍ଡ୍ୟା ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ୬ ଓ୍ୱିକେଟରେ ବିଜୟୀ କରାଇଥିଲେ । ଏହାସହ ସିରିଜକୁ ଭାରତ ୨-୦ରେ ଜିତିନେଇଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । କିନ୍ତୁ ପାଣ୍ଡ୍ୟା ନିଜର ବିଶାଳ ହୃଦୟ ରଖି କହିଥିଲେ ଯେ, ପ୍ରକୃତରେ ମ୍ୟାନ୍ ଅଫ୍ ଦି ମ୍ୟାଚର ହକଦାର ହେଉଛନ୍ତି ଟି ନଟରାଜନ । ସେ ଭଲ ବୋଲିଂ କରିଛନ୍ତି । ୪ ଓଭରରେ ମାତ୍ର ୨୦ ରନ୍ ବ୍ୟୟ କରିଥିଲେ ।

{"id":373908,"sizeSlug":"large"}

ପାଣ୍ଡ୍ୟା କହିଛନ୍ତି ଯେ, ବିଜୟ ଲକ୍ଷ ସହଜ ଥିଲା । ସେ ସ୍କୋରବୋର୍ଡକୁ ଦେଖି ଖେଳିବା ପସନ୍ଦ କରନ୍ତି । ଏପରି ହେଲେ ଆପଣ କେଉଁ ବୋଲରଙ୍କୁ ଟାର୍ଗେଟ୍ କରିବେ ତାହା ଭଲ ଭାବେ ବୁଝିପାରିବେ । ଏହାସହ ପୂର୍ବ ଭୁଲରୁ ସେ ଅନେକ କିଛି ଶିଖିଥିବା କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଦଳ ବଡ ଲକ୍ଷ୍ୟ ହାସଲ କରିଛି । ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରିଥିଲା । ଭାରତୀୟ ବୋଲର ଏହି ଷ୍ଚାଡିୟମରେ ଅସହଜ ମନେ କରୁଥିଲେ । କିନ୍ତୁ ଟି ନଟରାଜନ ଆକର୍ଷଣୀୟ ବୋଲିଂ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଉ ବୋଲି ପାଣ୍ଡ୍ୟା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.